ପିତଳରେ ବନ୍ୟା ପରବର୍ତ୍ତୀ ଅବସ୍ଥା ଉଦବେଗଜନକ
ଗଂଜାମ, 07 ନଭେମ୍ବର (ହି.ସ.)ଶେରଗଡ ବ୍ଳକର ପିତଳ ଗ୍ରାମ ଋଷିକୂଲ୍ୟା ନଦୀ କୂଳରେ ଅବସ୍ଥିତ । ବାତ୍ୟାରେ ଗଂଜାମ ଜିଲାରେ ବହୁକ୍ଷତି ଘଟାଇଛି । ପିତଳ ଗାଁରେ ଥିବା ଘରଦ୍ୱାରର କିଛି କ୍ଷତି ହୋଇନଥିଲା। କିନ୍ତୁ ଋଷିକୂଲ୍ୟା ନଦୀରେ ବନ୍ୟା ଜଳ କମିବା ପରେ ପିତଳ ଗାଁର ବହୁ ପକ୍କାଘର ବିପଦଶକୁଂଳ ଅବସ୍ଥାରେ
Qertuuii


ଗଂଜାମ, 07 ନଭେମ୍ବର (ହି.ସ.)ଶେରଗଡ ବ୍ଳକର ପିତଳ ଗ୍ରାମ ଋଷିକୂଲ୍ୟା ନଦୀ କୂଳରେ ଅବସ୍ଥିତ । ବାତ୍ୟାରେ ଗଂଜାମ ଜିଲାରେ ବହୁକ୍ଷତି ଘଟାଇଛି । ପିତଳ ଗାଁରେ ଥିବା ଘରଦ୍ୱାରର କିଛି କ୍ଷତି ହୋଇନଥିଲା। କିନ୍ତୁ ଋଷିକୂଲ୍ୟା ନଦୀରେ ବନ୍ୟା ଜଳ କମିବା ପରେ ପିତଳ ଗାଁର ବହୁ ପକ୍କାଘର ବିପଦଶକୁଂଳ ଅବସ୍ଥାରେ ପହଞ୍ଚିଛି । ପକ୍କାଗୃହ ଗୁଡିକ ଫାଟି ମେଲା ହୋଇଛି। ବହୁ ଲୋକଙ୍କ ଛାତ ଫାଟିଛି। କାନ୍ଥବାଡ ଫାଟି ଆଁ କରିଛି । ଏହି ଗୃହରେ ବାସ କରୁଥିବା ଲୋକଙ୍କ ଜୀବନପ୍ରତି ବିପଦ ସୃଷ୍ଟି କରିଛି। ତୁରନ୍ତ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ପିତଳ ଅଂଚଳରେ ଘରଗୁଡିକ ସର୍ଭେ କରି କ୍ଷତିଗ୍ରସ୍ତ ପରିବାର ଗୁଡିକକୁ ଘରଭଂଗା ସହାୟତା ପ୍ରଦାନ କରିବାକୁ ଜନଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande