
ଗଂଜାମ,7 ନଭେମ୍ବର(ହି.ସ)ଓଡ଼ିଶା କ୍ଷୁଦ୍ର ମଧ୍ୟମ ସମ୍ୱାଦପତ୍ର ସଂଗଠନର ଅଧ୍ୟକ୍ଷ ତଥା ଓଡ଼ିଶାର ସର୍ବପୁରାତନ ସମ୍ୱାଦପତ୍ର ନବୀନର ସମ୍ପାଦକ ରବି ରଥଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଭୁବନେଶ୍ଵରସ୍ଥିତ ପିଆଇବିର ଅତିରିକ୍ତ ନିର୍ଦ୍ଦେଶକ ତଥା ପ୍ରେସ୍ ସେବା ପୋର୍ଟାଲର ଓଡ଼ିଶାର ମୁଖ୍ୟ ଅଖିଲ କୁମାର ମିଶ୍ରଙ୍କ ସହ ସାକ୍ଷାତ କରି କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ରଥ ଡିଏଭିପି ଦ୍ଵାରା ପଞ୍ଜିକୃତ ସମ୍ୱାଦପତ୍ରଗୁଡ଼ିକୁ ସାଧାରଣତନ୍ତ୍ର ଦିବସ, ସ୍ଵାଧୀନତା ଦିବସ, ଗାନ୍ଧୀ ଜୟନ୍ତୀ, ଆମ୍ୱେଦକର ଜୟନ୍ତୀ ଭଳି 5ଟି ବିଜ୍ଞାପନ ପୂର୍ବରୁ ଦିଆଯାଉଥିଲା। ମୁଖ୍ୟତଃ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ରଗୁଡ଼ିକ ସରକାରୀ ବିଜ୍ଞାପନ ଉପରେ ନିର୍ଭର କରୁଥିବାରୁ ଏହାକୁ ପୁନଃ ପ୍ରଚନଳ କରିବାକୁ ଅନୁରୋଧ କରିଥିଲେ । ଏହା ସହିତ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ରଗୁଡ଼ିକ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏ ଦିଗରେ ଦୃଷ୍ଟି ଦିଆଯିବ ଏବଂ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକୁ ପ୍ରଚାର ପ୍ରସାର ପାଇଁ ପିଆଇବିର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ମିଶ୍ର ସହଯୋଗ କରିବାକୁ କହିଥିଲେ । ଏହି ଆଲୋଚନା ବେଳେ ପିଆଇବିର ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀଙ୍କ ସମେତ ଦକ୍ଷତାର ସମ୍ପାଦକ ଡ ଜୀବନ କୁମାର ଦୀକ୍ଷିତ, ପରିବର୍ତ୍ତନର ସମ୍ପାଦକ ରମାକାନ୍ତ ପରିଜା, ଭୂମିବାର୍ତ୍ତାର ସମ୍ପାଦକ ସ୍ଵଦେଶ ଚନ୍ଦ୍ର ଦାସ ଆଲୋଚନାରେଅଂଶଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ