
ଭୁବନେଶ୍ୱର , ୦୭ ନଭେମ୍ବର (ହି.ସ.) - ଚଳିତ ପାର୍ବଣ ଋତୁରେ ଯାତ୍ରୀଙ୍କ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ଯାତ୍ରା କରୁଥିବା ସମସ୍ତ ରେଳଯାତ୍ରୀଙ୍କୁ ରେଳବାଇ କର୍ତୃପକ୍ଷଙ୍କ ସହଯୋଗ କରିବା ସହିତ ରେଳ ଷ୍ଟେସନ ଓ ଟ୍ରେନ୍ ମଧ୍ୟରେ ଭିଡ଼ ପରିଚାଳନା ଏବଂ ସୁରକ୍ଷା ସମ୍ବନ୍ଧୀୟ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛି। ବିଶେଷକରି ପାର୍ବଣ ସମୟରେ ସମସ୍ତ ଯାତ୍ରୀଙ୍କ ପାଇଁ ଏକ ନିରାପଦ, ଆରାମଦାୟକ ଓ ସୁଗମ ଯାତ୍ରା ସୁନିଶ୍ଚିତ କରିବା ଏହି ନିବେଦନର ମୁଖ୍ୟ ଉଦ୍ଦେଶ୍ୟ।
ଯାତ୍ରୀଙ୍କ ଅଧିକ ଭିଡ଼କୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ, ରେଳ ସୁରକ୍ଷା ବଳ ଏବଂ ସରକାରୀ ରେଳବାଇ ପୋଲିସ କର୍ମଚାରୀଙ୍କ ନିୟୋଜନ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଯାତ୍ରୀଙ୍କ ଚଳପ୍ରଚଳ ଉପରେ ନିରନ୍ତର ନଜର ରଖିବା ଆଦି ଅନ୍ତର୍ଭୁକ୍ତ। ତେବେ, ଏହି ସମସ୍ତ ବ୍ୟବସ୍ଥାର ସଫଳତା ଯାତ୍ରୀମାନଙ୍କ ସହଯୋଗ, ଶୃଙ୍ଖଳା ଏବଂ ଦାୟିତ୍ୱପୂର୍ଣ୍ଣ ଆଚରଣ ଉପରେ ଅଧିକ ନିର୍ଭର କରେ।
ଯାତ୍ରୀମାନଙ୍କୁ ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନ ସମୟରେ, ଟିକେଟ୍ କ୍ରୟ କରିବା ଏବଂ ଟ୍ରେନ୍?ରେ ଚଢ଼ିବା ସମୟରେ ସୁବ୍ୟବସ୍ଥିତ ଧାଡ଼ି ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଫୁଟ୍ ଓଭର ବ୍ରିଜ୍ , ଏସ୍କେଲେଟ,ର୍ ସିଡ଼ି ଏବଂ ପ୍ଲାଟଫର୍ମର ଧାର ନିକଟରେ ତରବରିଆ ହେବା, ଠେଲାପେଲା କରିବା କିମ୍ବା ଅଯଥା ଭିଡ଼ ସୃଷ୍ଟି କରିବାରୁ ନିବୃତ ରହିବାକୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି। ପ୍ଲାଟଫର୍ମରେ ବିପଦପୂର୍ଣ୍ଣ ଭିଡ଼କୁ ଏଡ଼ାଇବା ପାଇଁ ଷ୍ଟେସନରେ ଉପଲବ୍ଧ ନିର୍ଦ୍ଦିଷ୍ଟ ହୋଲ୍ଡିଂ ଏରିଆ ବ୍ୟବହାର କରିବା ସହିତ ଟ୍ରେନ୍ରେ ଚଢ଼ିବା ପାଇଁ ଅନୁମତି ମିଳିବା ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରିବାକୁ ମଧ୍ୟ ପରାମର୍ଶ।
ଭିଡ଼ ପରିଚାଳନା ପାଇଁ ଷ୍ଟେସନଗୁଡ଼ିକରେ ନିୟୋଜିତ ରେଳ ସୁରକ୍ଷା ବଳ , ସରକାରୀ ରେଳବାଇ ପୋଲିସ ଏବଂ ଅନ୍ୟାନ୍ୟ ରେଳ ଅଧିକାରୀଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ପୂର୍ବ ତଟ ରେଳପଥ ଯାତ୍ରୀମାନଙ୍କୁ ନିବେଦନ କରିଛି। ଯାତ୍ରୀମାନେ ନିଜ ଟ୍ରେନ୍ ର ନିର୍ଦ୍ଧାରିତ ପ୍ରସ୍ଥାନ ସମୟର ଯଥେଷ୍ଟ ପୂର୍ବରୁ ଷ୍ଟେସନରେ ପହଞ୍ଚିବା, ରେଳବାଇ ପକ୍ଷରୁ କରାଯାଉଥିବା ଘୋଷଣା ପ୍ରତି ଧ୍ୟାନ ଦେବା, ପ୍ଲାଟଫର୍ମ ନମ୍ବର ଯାଞ୍ଚ କରିବା ଏବଂ ସୁବ୍ୟବସ୍ଥିତ ଭାବରେ ଟ୍ରେନ୍ ରେ ଚଢ଼ିବାକୁ ଅନୁରୋଧ।
ଏହା ସହିତ, ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଏବଂ ରେଳ ଚଳାଚଳରେ ବାଧା ଉପୁଜାଉଥିବା ଅସୁରକ୍ଷିତ ଓ ନିଷିଦ୍ଧ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ସତର୍କ କରାଯାଇଛି। ଟ୍ରେନ୍?ର ଫୁଟ୍?ବୋର୍ଡ, ବଫର୍ କିମ୍ବା ଛାତ ଉପରେ ଯାତ୍ରା କରିବା ଅତ୍ୟନ୍ତ ବିପଜ୍ଜନକ ଏବଂ ରେଳ ନିୟମ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ। ରେଳ ଧାରଣା ପାର ହେବା ସମ୍ପୂର୍ଣ୍ଣ ନିଷିଦ୍ଧ। ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯିବା ପାଇଁ ଯାତ୍ରୀମାନେ ସର୍ବଦା ଫୁଟ୍ ଓଭର ବ୍ରିଜ୍ କିମ୍ବା ନିର୍ଦ୍ଦିଷ୍ଟ ସବ୍ୱେ ବ୍ୟବହାର କରିବା ଆବଶ୍ୟକ। ବୈଧ ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ଅଯଥା ଆଲାର୍ମ ଚେନ୍ ଟାଣିବା ଦ୍ୱାରା ଅନ୍ୟ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେବା ସହିତ ଟ୍ରେନ୍ ଚଳାଚଳରେ ଅନାବଶ୍ୟକ ବିଳମ୍ବ ହୋଇଥାଏ ଏବଂ ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ।
ଟ୍ରେନ୍ କିମ୍ବା ରେଳ ଷ୍ଟେସନ ପରିସରରେ ଦହନଶୀଳ ସାମଗ୍ରୀ, ବାଣ ଏବଂ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ନେବା ସମ୍ପୂର୍ଣ୍ଣ ନିଷିଦ୍ଧ ଏବଂ ଏହାର ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ଯାତ୍ରୀମାନେ ନିଜର ଜିନିଷପତ୍ର ସୁରକ୍ଷିତ ରଖିବା ସହିତ କୌଣସି ଅବହେଳିତ ଭାବେ ଛାଡ଼ି ଦିଆଯାଇଥିବା ସାମଗ୍ରୀ କିମ୍ବା ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ରେଳ ସୁରକ୍ଷା ବଳ କର୍ମଚାରୀଙ୍କୁ କିମ୍ବା ରେଳବାଇ ହେଲ୍ପଲାଇନ୍ ନମ୍ବର ୧୩୯ ମାଧ୍ୟମରେ ଜଣାଇବାକୁ ପରାମର୍ଶ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା