
ଗଂଜାମ, 07 ନଭେମ୍ବର (ହି.ସ.)ଶେରଗଡ ପିତଳ ଅଂଚଳରେ ଅର୍ଣ୍ଣବ ବାତ୍ୟା ଓ ବନ୍ୟାରେ ବହୁ ଘରଦ୍ୱାର ଭାଂଗି ରୁଜି ନଷ୍ଟ ହୋଇଛି । ଅନେକ ପକ୍କା ଘରର ଛାତ କାନ୍ଥ ବାଡ ଫାଟି ଯାଇଛି।ଫଳରେ ଲୋକେ ଏହିସବୁ ବିପଦ ପୂର୍ଣ୍ଣ ଘରେ ରହିଛନ୍ତି । ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଏଣୁ ଶେରଗଡ ତହସିଲଦାର, ବିଡିଓ ଓ ଗଂଜାମ ଜିଲ୍ଲା ପାଳ ଏଥିପ୍ରତି ଦୃଷ୍ଟି ଦେଇପିତଳରେ ତୁରନ୍ତ ସର୍ଭେ କରି ବିପନ୍ନ ପରିବାରଙ୍କୁ ଘରଭଂଗା ସାହାଯ୍ୟ ପ୍ରଦାନ କରିବାକୁ ଜନଦାବି ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ