
ବଲାଙ୍ଗିର, ୭ ନଭେମ୍ବର (ହି.ସ.)- ପିଏମ୍ ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନା ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ସହ ରୁଫ୍ ଟପ୍ ସୋଲାର ଗ୍ରହଣ ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ବଲାଙ୍ଗିର ଜିଲ୍ଲାରେ ‘ସୋଲାର ରଥ’ ମାଧ୍ୟମରେ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଯାଇଛି ।
ଆଜି ବଲାଙ୍ଗିର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱର, ଆଇଏଏସ୍, ଏହି ସୋଲାର ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟିପିଡବ୍ଲୁଓଡିଏଲ୍ ର ଅନେକ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ପ୍ରଥମେ ସମ୍ବଲପୁରରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏହି ସୋଲାର ରଥର ଶୁଭ ଉଦ୍ଘାଟନ କରାଯାଇଥିଲା । ପରେ ପରେ ବରଗଡ଼, ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାରେ ଏହି ସୋଲାର ରଥ ଗଡିଥିଲା । ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ଅଧିକ ଅଞ୍ଚଳରେ ରୁଫ୍ ଟପ୍ ସୋଲାର ଓ ପିଏମ୍ ସୂର୍ଯ୍ୟଘର ଯୋଜନା ସମ୍ପର୍କରେ ସୂଚନା ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି ।
ସୂଚନାଥାଉକି, ୧୧ ହଜାର ସୋଲାର ପ୍ୟାନେଲ ସ୍ଥାପନ ସହ ସମଗ୍ର ପଶ୍ଚିମ ଓଡ଼ିଶାରେ ୩ୟ ସ୍ଥାନରେ ରହିଛି ବଲାଙ୍ଗିର ଜିଲ୍ଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ