ମଙ୍ଗଳପୁର-ଭୀମକୁଣ୍ଡ ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଉତେଜନା, ସୁପରଭାଇଜରଙ୍କୁ ଆକ୍ରମଣ ଅଭିଯୋଗ ୩ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ
ଘଟଗାଁ , ୭ ନଭେମ୍ବର (ହି.ସ.) - ଦୀର୍ଘ ୫ ବର୍ଷ ଧରି ମଙ୍ଗଳପୁର-ଭୀମକୁଣ୍ଡ ରାସ୍ତା ନିର୍ମାଣ କାର?୍ୟ୍ୟ ଅଧପନ୍ତରିଆ ହୋଇ ପଡ଼ିରହିଥିବାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ତୀବ୍ର ହୋଇଛି। ଏହି ଅସନ୍ତୋଷରୁ ଠିକାସଂସ୍ଥାର ସୁପରଭାଇଜରଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଘଟଣାରେ ଘଟଗାଁ ପୁଲିସ ୩ ଜଣଙ୍କୁ ଗିରଫ
ମଙ୍ଗଳପୁର-ଭୀମକୁଣ୍ଡ ରାସ୍ତା ନିର୍ମାଣ ବିଳମ୍ବକୁ ନେଇ ଉତେଜନା, ସୁପରଭାଇଜରଙ୍କୁ ଆକ୍ରମଣ ଅଭିଯୋଗ ୩ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ


ଘଟଗାଁ , ୭ ନଭେମ୍ବର (ହି.ସ.) - ଦୀର୍ଘ ୫ ବର୍ଷ ଧରି ମଙ୍ଗଳପୁର-ଭୀମକୁଣ୍ଡ ରାସ୍ତା ନିର୍ମାଣ କାର?୍ୟ୍ୟ ଅଧପନ୍ତରିଆ ହୋଇ ପଡ଼ିରହିଥିବାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ତୀବ୍ର ହୋଇଛି। ଏହି ଅସନ୍ତୋଷରୁ ଠିକାସଂସ୍ଥାର ସୁପରଭାଇଜରଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଘଟଣାରେ ଘଟଗାଁ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ପାଟଣା ବ୍ଲକ କୋଠାଘର ଗ୍ରାମର ନିହାର ରଞ୍ଜନ ମହାନ୍ତ (୩୨), ସତ୍ୟାନନ୍ଦ ମହାନ୍ତ (୩୮) ଓ ସିଦ୍ଧାର୍ଥ ମହାନ୍ତ (୨୮) । ସୂଚନା ଅନୁଯାୟୀ, ମଙ୍ଗଳପୁରରୁ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘ ୫ ବର୍ଷ ହେଲା ନିର୍ମାଣାଧୀନ ରହିଛି। ରାସ୍ତାର ଅବ୍ୟବସ୍ଥା ଓ ଅଧପନ୍ତରିଆ କଲଭର୍ଟ ଯୋଗୁଁ ସ୍ଥାନୀୟ ଲୋକ ସମେତ ଭୀମକୁଣ୍ଡକୁ ଆସୁଥିବା ପର୍ଯ୍ୟଟକ ମାନେ ଅନେକ ସମସ୍ୟା ଭୋଗୁଥିବା ସହ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ରହିଛି।ଗତ ୨୭ ତାରିଖ ସନ୍ଧ୍ୟାରେ କୋଠାଘର ଗ୍ରାମ ନିକଟସ୍ଥ ଏକ ଅଧପନ୍ତରିଆ କଲଭର୍ଟ ନିକଟରେ ବାଇକ୍ ଦୁର୍ଘଟଣା ଘଟି ଜଣେ ବାଇକ ଆରୋହୀ ଗୁରୁତର ହୋଇଥିଲେ।ଏହାକୁ ନେଇ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା। ଏହି ସମୟରେ ରାସ୍ତା ନିର୍ମାଣ ଦାୟିତ୍ୱରେଥିବା ଅଲେଖ କନ୍ଷ୍ଟ୍ରକସନ୍ର ସୁପରଭାଇଜର ତଥା କଟକ ଜିଲ୍ଲା ନରସିଂହପୁର ଅଂଚଳର ସୃତିରଞ୍ଜନ ଜେନାଙ୍କୁ କେତେକ ବ୍ୟକ୍ତି ଆକ୍ରମଣ କରିଥିବା ନେଇ ସେ ଘଟଗାଁ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ଆଧାର ରେ ଘଟଗାଁ ପୁଲିସ କେସ୍ ନମ୍ବର ୫୪୩/୨୬ରେ ମାମଲା ରୁଜୁ କରି ତଦନ୍ତ କରିବା ପରେ ଉପରୋକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande