ୱେଭ୍ସ ବଜାରର ଷ୍ଟାର୍ଟଅପ୍ ପାଭିଲିୟନରେ ଭାଗ ନେବାକୁ ୱେଭେକ୍ସ ପକ୍ଷରୁ ଆବେଦନ ଆହ୍ୱାନ
ନୂଆଦିଲ୍ଲୀ, ୦୭ ନଭେମ୍ବର (ହି.ସ.) - ଗୋଆରେ ଆୟୋଜିତ ହେବାକୁ ଥିବା ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଇଫି) ୨୦୨୬ ଅବସରରେ ୱେଭ୍ସ ବଜାରରେ ୱେଭେକ୍ସ ଷ୍ଟାର୍ଟଅପ୍ ପାଭିଲିୟନରେ ଭାଗ ନେବା ପାଇଁ ଚଳଚ୍ଚିତ୍ର ଓ ଏହା ସହ ଜଡ଼ିତ ବୈଷୟିକ କ୍ଷେତ୍ରରେ କାର୍ଯ୍ୟରତ ଷ୍ଟାର୍ଟଅପ୍ ଗୁଡ଼ିକଠାରୁ ସୂଚନା ଓ
ୱେଭ୍ସ ବଜାରର ଷ୍ଟାର୍ଟଅପ୍ ପାଭିଲିୟନରେ ଭାଗ ନେବାକୁ ୱେଭେକ୍ସ ପକ୍ଷରୁ ଆବେଦନ ଆହ୍ୱାନ


ନୂଆଦିଲ୍ଲୀ, ୦୭ ନଭେମ୍ବର (ହି.ସ.) - ଗୋଆରେ ଆୟୋଜିତ ହେବାକୁ ଥିବା ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଇଫି) ୨୦୨୬ ଅବସରରେ ୱେଭ୍ସ ବଜାରରେ ୱେଭେକ୍ସ ଷ୍ଟାର୍ଟଅପ୍ ପାଭିଲିୟନରେ ଭାଗ ନେବା ପାଇଁ ଚଳଚ୍ଚିତ୍ର ଓ ଏହା ସହ ଜଡ଼ିତ ବୈଷୟିକ କ୍ଷେତ୍ରରେ କାର୍ଯ୍ୟରତ ଷ୍ଟାର୍ଟଅପ୍ ଗୁଡ଼ିକଠାରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆବେଦନ ଆହ୍ୱାନ କରିଛି। ଏହା ମାଧ୍ୟମରେ ଷ୍ଟାର୍ଟଅପ୍ ଗୁଡ଼ିକ ନିଜର ଉତ୍ପାଦ, ବୈଷୟିକ ଜ୍ଞାନକୌଶଳ ଓ ନବସୃଜନକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଓ ଗଣମାଧ୍ୟମ ଶିଳ୍ପ ସମ୍ମୁଖରେ ପ୍ରଦର୍ଶନ କରିପାରିବେ।

ନବସୃଜନ ଆଧାରିତ ଷ୍ଟାର୍ଟଅପ୍ ଗୁଡ଼ିକୁ ଏକ ସ୍ୱତନ୍ତ୍ର ମଂଚ ଯୋଗାଇଦେବା ଏହି ପଦକ୍ଷେପର ଉଦ୍ଦେଶ୍ୟ। ଏଠାରେ ସେମାନେ ଚଳଚ୍ଚିତ୍ର ନିର୍ମାତା, ପ୍ରଡକ୍ସନ୍ ହାଉସ୍, ନିବେଶକ ଏବଂ ବିଶ୍ୱର ସୃଜନଶୀଳ ଶିଳ୍ପ ସହ ଜଡ଼ିତ ଅନ୍ୟ ଅଂଶୀଦାରଙ୍କ ସହ ଯୋଗାଯୋଗ, ସହଯୋଗ ଓ ଶିଳ୍ପ ସହଭାଗିତାର ସୁଯୋଗ ପାଇପାରିବେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୱେଭେକ୍ସର ଷ୍ଟାର୍ଟଅପ୍ ବୁଥ୍ ଗୁଡ଼ିକ ଉଦୀୟମାନ ଚଳଚ୍ଚିତ୍ର ଓ ଏହା ସହ ଜଡ଼ିତ ବୈଷୟିକ କମ୍ପାନୀଗୁଡ଼ିକୁ ବିଶ୍ୱସ୍ତରରେ ପରିଚିତି ଦେବାରେ ସହାୟକ ହେବ। ଏଥିରେ ଭାଗ ନେବା ପାଇଁ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ରେ ପଞ୍ଜୀକୃତ ଚଳଚ୍ଚିତ୍ର ଏବଂ ଏହା ସମ୍ବନ୍ଧିତ ବୈଷୟିକ କ୍ଷେତ୍ରର ଷ୍ଟାର୍ଟଅପ୍ ଗୁଡ଼ିକ ଯୋଗ୍ୟ ବିବେଚିତ ହେବେ। ପ୍ରାପ୍ତ ଆବେଦନଗୁଡ଼ିକର ଯାଂଚ ଓ ମୂଲ୍ୟାଙ୍କନ ୱେଭେକ୍ସ ପକ୍ଷରୁ ଗଠିତ ଚୟନ କମିଟି କରିବ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande