
ଭୁବନେଶ୍ୱର, 07 ନଭେମ୍ବର (ହି.ସ.)- ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁଁ ରାଜ୍ୟର
ବିଭିନ୍ନ ଅଞ୍ଚଳ, ବିଶେଷକରି ଦକ୍ଷିଣ
ଓଡ଼ିଶାରେ ଉପୁଜିଥିବା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନିବାସରେ
ଦୀପାବଳୀ ଉତ୍ସବ ପାଳିତ ହେବ ନାହିଁ।
ଏହି ପରିପ୍ରେକ୍ଷୀରେ, ଦୀପାବଳୀ ଅବସରରେ ମୁଖ୍ୟମନ୍ତ୍ରୀ ନିବାସକୁ କୌଣସି ପ୍ରକାର ଉପହାର
କିମ୍ବା ଫୁଲତୋଡ଼ା ନେଇ ନ ଆସିବା ପାଇଁ ସମସ୍ତ ଶୁଭେଚ୍ଛୁ ତଥା ନାଗରିକମାନଙ୍କୁ ଅନୁରୋଧ।ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କ ପ୍ରତି ସମ୍ବେଦନଶୀଳ ରହି
ବିପର୍ଯ୍ୟୟ ପ୍ରଭାବିତଙ୍କ ସହାୟତାରେ ସହଯୋଗର ହାତ ବଢ଼ାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ
ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା