
ଭୁବନେଶ୍ୱର, 07 ନଭେମ୍ବର (ହି.ସ.) -‘ବନ୍ଦେ ମାତରମ୍’ ରଚନାର 151 ବର୍ଷ ପୂର୍ତ୍ତି ଅବସରରେ
ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ
କହିଛନ୍ତି ଯେ, ଜାତୀୟ ଚେତନା ଏବଂ ଦେଶପ୍ରେମର ଅନନ୍ୟ ପ୍ରତୀକ, ମାଆ ଭାରତୀଙ୍କ
ବନ୍ଦନା ଗାନ 'ବନ୍ଦେ ମାତରମ୍' ର ୧୫୧ ତମ ରଚନା
ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା