ଗଞ୍ଜାମରେ ଇ-ବସ୍ ସେବାର ଶୁଭାରମ୍ଭ
ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)- ଗଞ୍ଜାମ ଜିଲ୍ଲାରେ ଗଣପରିବହନ ବ୍ୟବସ୍ଥାକୁ ଅଧିକ ଆଧୁନିକ, ସୁଗମ ଓ ପରିବେଶ ଅନୁକୂଳ କରିବା ଲକ୍ଷ୍ୟରେ ୮ଟି ପ୍ରମୁଖ ରୁଟ୍ ରେ ୨୫ଟି ଇ-ବସ୍ ଚଳାଚଳର ବ୍ୟବସ୍ଥା କରାଯାଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପତାକା ଦେଖାଇ ବସ୍ ଗୁଡିକର ଶୁଭାରମ
e bus


ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)- ଗଞ୍ଜାମ ଜିଲ୍ଲାରେ ଗଣପରିବହନ ବ୍ୟବସ୍ଥାକୁ ଅଧିକ ଆଧୁନିକ, ସୁଗମ ଓ ପରିବେଶ ଅନୁକୂଳ କରିବା ଲକ୍ଷ୍ୟରେ ୮ଟି ପ୍ରମୁଖ ରୁଟ୍ ରେ ୨୫ଟି ଇ-ବସ୍ ଚଳାଚଳର ବ୍ୟବସ୍ଥା କରାଯାଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପତାକା ଦେଖାଇ ବସ୍ ଗୁଡିକର ଶୁଭାରମ୍ଭ କରିଥିଲେ। ଏହାଦ୍ୱାରା ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ସୋନାପୁର, ତାରାତାରିଣୀ ଓ ହିଞ୍ଜିଳି ସମେତ ଜିଲ୍ଲାର ବିଭିନ୍ନ ପ୍ରମୁଖ ସ୍ଥାନକୁ ଯାତାୟାତ ଅଧିକ ସହଜ ହେବ।

ଏହି ବସ୍ ସେବା ଛାତ୍ରଛାତ୍ରୀ, କର୍ମଜୀବୀ, ବ୍ୟବସାୟୀ ଓ ସାଧାରଣ ଯାତ୍ରୀଙ୍କୁ ସୁରକ୍ଷିତ, ସୁଲଭ ଓ ଆରାମଦାୟକ ଯାତ୍ରାର ସୁବିଧା ଯୋଗାଇବ। ଏଥିସହ ପ୍ରଦୂଷଣ ହ୍ରାସ ସହ ପର୍ଯ୍ୟଟନ, ବାଣିଜ୍ୟ ଓ ସ୍ଥାନୀୟ ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ନୂଆ ଉତ୍ସାହ ମିଳିବ।

ଜନସାଧାରଣଙ୍କ ପାଇଁ ଉନ୍ନତ ଯାତାୟାତ ସୁବିଧା ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ—ସବୁଜ ଓ ଆଧୁନିକ ଗଣପରିବହନ ଦିଗରେ ଗଞ୍ଜାମର ଏକ ଉଲ୍ଲେଖନୀୟ ପଦକ୍ଷେପ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande