ନବୀନ ବିପଦ ସମୟରେ ଗଞ୍ଜାମବାସୀଙ୍କ ପାଖରେ ପହଂଚି ନଥିଲେ - ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)- ବିପଦ ସମୟରେ ନବୀନ ଗଞ୍ଜାମବାସୀଙ୍କ ପାଖରେ ପହଂଚି ନଥିଲେ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବାତ୍ୟା ଓ ପରବର୍ତୀ ବନ୍ୟା କ୍ଷତିଗ୍ରସ୍ତ ଗଂଜାମ ଜିଲ୍ଲା ଗସ୍ତରେ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରଖିଥିବା ମନ୍ତବ୍ୟକୁ
gokulanand mallik


ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)- ବିପଦ ସମୟରେ ନବୀନ ଗଞ୍ଜାମବାସୀଙ୍କ ପାଖରେ ପହଂଚି ନଥିଲେ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବାତ୍ୟା ଓ ପରବର୍ତୀ ବନ୍ୟା କ୍ଷତିଗ୍ରସ୍ତ ଗଂଜାମ ଜିଲ୍ଲା ଗସ୍ତରେ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରଖିଥିବା ମନ୍ତବ୍ୟକୁ କାଉଂଟର କରି ସେ ଏହା କହିଛନ୍ତି।

ସେ କହିଛନ୍ତି ଯେ ବିପଦ ବେଳେ ନବୀନ ସେଠାକୁ ଯାଇନଥିଲେ। ଯେଉଁଥି ପାଇଁ ଆଜି ନବୀନ ବାବୁଙ୍କୁ ଗୋ ବ୍ୟାକ୍ ନାରା ଦିଆଯାଇଛି। ବନ୍ୟା ଓ ବାତ୍ୟା ବେଳେ ରାଜନୀତି ନକରି ଲୋକଙ୍କ ପାଖରେ ଛିଡ଼ା ହେବା ଉଚିତ। ବିଜେଡି ଟିମ୍ ର ଗଞ୍ଜାମ ଗସ୍ତ ରାଜନୈତିକ ରାଲିରେ ପରିଣତ ହୋଇଥିଲା। ଆମ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ବିପର୍ଯ୍ୟୟ ସ୍ଥିତିର ତଦାରଖ କରୁଥିଲେ। ଗଞ୍ଜାମ ପାଇଁ ବଡ଼ ପ୍ୟାକେଜ୍ ଘୋଷଣା କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande