
ଭୁବନେଶ୍ୱର, 07 ନଭେମ୍ବର (ହି.ସ.)- ଜାତୀୟ କର୍କଟ ସଚେତନତା ଦିବସରେ କର୍କଟ ରୋଗ ସମ୍ପର୍କରେ
ସଚେତନତା ପ୍ରସାର କରିବାକୁ ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଆହ୍ୱାନ ଦେଇଛନ୍ତି । ଏନେଇ
ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଜାତୀୟ କର୍କଟ ସଚେତନତା ଦିବସ ଅବସରରେ
ଆସନ୍ତୁ, କର୍କଟ ରୋଗ ସମ୍ପର୍କରେ ସଚେତନତା ପ୍ରସାର କରିବା, ରୋଗର ଶୀଘ୍ର
ଚିହ୍ନଟ ଏବଂ ସଠିକ୍ ସମୟରେ ଚିକିତ୍ସାକୁ ପ୍ରୋତ୍ସାହିତ କରିବା। ଆସନ୍ତୁ, ମିଳିତ ଭାବେ କର୍କଟ
ରୋଗ ବିରୋଧୀ ଲଢ଼େଇକୁ ଆହୁରି ସୁଦୃଢ଼ କରିବା ଏବଂ ଅମୂଲ୍ୟ ଜୀବନ ରକ୍ଷା କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା