ଧାମନଗରରେ ବହୁମୁଖୀ ଷ୍ଟାଡିୟମ ନିର୍ମାଣର ଭିତିପ୍ରସ୍ତର ସ୍ଥାପନ କଲେ କ୍ରୀଡା ମନ୍ତ୍ରୀ
ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)- ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଧାମନଗର ବ୍ଲକ ଦୋବଲ କାଳୀ ପଡ଼ିଆଠାରେ ଏକ ବହୁମୁଖୀ ଷ୍ଟାଡିୟମ ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଏହି କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଉପସ
vbjcvyul


ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)- ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଧାମନଗର ବ୍ଲକ ଦୋବଲ କାଳୀ ପଡ଼ିଆଠାରେ ଏକ ବହୁମୁଖୀ ଷ୍ଟାଡିୟମ ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଏହି କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଉପସ୍ଥିତ ରହି ବିକାଶର ଏହି ଧାରାକୁ ଆହୁରି ଉତ୍ସାହିତ କରିଥିଲେ।

ଗ୍ରାମାଂଚଳରେ କ୍ରୀଡ଼ାର ପ୍ରସାର ଓ ଭବିଷ୍ୟତ କ୍ରୀଡ଼ାବିତମାନଙ୍କୁ ସଠିକ୍ ମଂଚ ଯୋଗାଇବା ପାଇଁ ଆମ ସରକାର ସଂକଳ୍ପବଦ୍ଧ। ପଡ଼ିଆରୁ ପୋଡ଼ିୟମ' ଯାଏଁ ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ଏବଂ ସେମାନଙ୍କୁ ଆଗକୁ ବଢ଼ାଇବାରେ ଏହି ବହୁମୁଖୀ ଷ୍ଟାଡିୟମ୍ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ଏହି ଅବସରରେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande