ଜାତୀୟ କର୍କଟ ସଚେତନତା ଦିବସରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ କଲେ କେଭି ସିଂହଦେଓ
ଭୁବନେଶ୍ୱର, 07 ନଭେମ୍ବର (ହି.ସ.)- ଜାତୀୟ କର୍କଟ ସଚେତନତା ଦିବସରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଏକ ସୁସ୍ଥ ସମାଜର ମୂଳଦୁଆ ହେଉଛି ସମସ୍ତଙ୍କ ପାଇଁ ସୁଲଭ
କେଭି ସିଂହଦେଓ


ଭୁବନେଶ୍ୱର, 07 ନଭେମ୍ବର (ହି.ସ.)- ଜାତୀୟ କର୍କଟ ସଚେତନତା ଦିବସରେ ସଚେତନତା ସୃଷ୍ଟି

କରିବାକୁ ଆହ୍ୱାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ

କେଭି ସିଂହଦେଓ କହିଛନ୍ତି ଯେ, ଏକ ସୁସ୍ଥ ସମାଜର ମୂଳଦୁଆ ହେଉଛି ସମସ୍ତଙ୍କ ପାଇଁ ସୁଲଭ

ସ୍ୱାସ୍ଥ୍ୟସେବା, ସଚେତନ ନାଗରିକ ଏବଂ

ରୋଗ ନିରାକରଣ ପ୍ରତି ଏକ ସୁଦୃଢ଼ ମନୋଭାବ।

ସେ କହିଛନ୍ତି ଯେ, ଜାତୀୟ କର୍କଟ ସଚେତନତା ଦିବସ ଅବସରରେ, କର୍କଟ ରୋଗର

ମୁକାବିଲା ପାଇଁ ସ୍ୱାସ୍ଥ୍ୟ ସଚେତନତା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ରୋଗର ଶୀଘ୍ର ନିଦାନର ଗୁରୁତ୍ୱକୁ

ଆସନ୍ତୁ ଉପଲବ୍ଧି କରିବା। ଜନସାଧାରଣଙ୍କ ମଧ୍ୟରେ ଅଧିକ ସଚେତନତା, ସଠିକ୍ ସମୟରେ

ଚିକିତ୍ସା ଏବଂ ସମ୍ବେଦନଶୀଳ ଯତ୍ନ ଅମୂଲ୍ୟ ଜୀବନ ରକ୍ଷା କରିବା ସହ ସମସ୍ତଙ୍କ ପାଇଁ ଏକ ସୁସ୍ଥ

ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande