ସିଭି ରମଣଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ କେଭି ସିଂହଦେଓ
ଭୁବନେଶ୍ୱର, 07 ନଭେମ୍ବର (ହି.ସ.)- ସିଭି ରମଣଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଜୟନ୍ତୀ ଅବସରରେ ଭାରତରତ୍ନ, ବିଶିଷ୍ଟ ନୋବେଲ ପୁରସ୍କାର ବିଜେତା ସାର୍ ସି.ଭି. ରମଣ
ସିଭି ରମଣଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ କେଭି ସିଂହଦେଓ


ଭୁବନେଶ୍ୱର, 07 ନଭେମ୍ବର (ହି.ସ.)- ସିଭି ରମଣଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ

କହିଛନ୍ତି ଯେ, ଜୟନ୍ତୀ ଅବସରରେ ଭାରତରତ୍ନ, ବିଶିଷ୍ଟ ନୋବେଲ ପୁରସ୍କାର ବିଜେତା ସାର୍ ସି.ଭି. ରମଣଙ୍କୁ

ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛି। ତାଙ୍କର ଯୁଗାନ୍ତକାରୀ ଆବିଷ୍କାର ‘ରମଣ ପ୍ରଭାବ’ ବିଜ୍ଞାନ

ଜଗତର ଇତିହାସରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା ଏବଂ ଭାରତର ବୈଜ୍ଞାନିକ ଅବଦାନକୁ

ଅନ୍ତର୍ଜାତୀୟ ସ୍ତରରେ ଗୌରବ ଓ ପରିଚୟ ପ୍ରଦାନ କରିଥିଲା। ତାଙ୍କର ଅସାଧାରଣ କୃତିତ୍ୱ ଓ ଗୌରବମୟ

ଐତିହ୍ୟ ଆଜି ମଧ୍ୟ ପିଢ଼ି ପରେ ପିଢ଼ିକୁ ଅନୁସନ୍ଧାନ, ନବସୃଜନ ଏବଂ ଉତ୍କର୍ଷତା ହାସଲ କରିବା ପାଇଁ ପ୍ରେରଣା ଯୋଗାଇ ଆସୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande