
ଭୁବନେଶ୍ୱର, 07 ନଭେମ୍ବର (ହି.ସ.)- ଜାତୀୟ କର୍କଟ ସଚେତନତା ଦିବସରେ ସଚେତନତାସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଅପିଲ
କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, କର୍କଟ ଭଳି ଏକ ମାରାତ୍ମକ
ରୋଗ ବିରୁଦ୍ଧରେ ଲଢ଼ିବା ପାଇଁ ଏବଂ ଏହାର ସଠିକ୍ ମୁକାବିଲା ପାଇଁ ସଚେତନତା ହିଁ ସବୁଠାରୁ ବଡ଼
ଅସ୍ତ୍ର। ସମୟୋଚିତ ପରୀକ୍ଷା,
ସଠିକ୍ ଜ୍ଞାନ ଏବଂ
ସକାରାତ୍ମକ ଚିନ୍ତାଧାରା ମାଧ୍ୟମରେ ଆମେ ଏହି ରୋଗକୁ ପ୍ରତିହତ କରିପାରିବା ଏବଂ ଅନେକ ଜୀବନ
ରକ୍ଷା କରିପାରିବା। ଆସନ୍ତୁ ଆଜିର ଏହି ଦିବସରେ ନିଜେ ସଚେତନ ହେବା ଏବଂ ଅନ୍ୟମାନଙ୍କୁ ମଧ୍ୟ
କର୍କଟ ଲକ୍ଷଣ ଓ ଏହାର ପ୍ରତିକାର ସମ୍ପର୍କରେ ସଚେତନ କରାଇବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା