ପୋଲିସ ପକ୍ଷରୁ ହେଭେନ୍ ସ୍ପା ସେଣ୍ଟରରେ ଚଢଉ : ୪ ଅଟକ
ପୁରୀ, ୭ ନଭେମ୍ବର (ହି.ସ.)- ପୁରୀ ସହରର ସମୁଦ୍ରକୂଳ ଥାନା ଅଧୀନସ୍ଥ ସିଟି ରୋଡ୍ ନିକଟସ୍ଥ ହେଭେନ୍ ସ୍ପା ସେଣ୍ଟରରେ ଅନୈତିକ କାର୍ଯ୍ୟକଳାପ ଚାଲିଥିବା ସମ୍ପର୍କରେ ସୂଚନା ପାଇ ସମୁଦ୍ରକୂଳ ଥାନା ପୋଲିସ ଚଢ଼ଉ କରିଥିଲା | ଏହି ଚଢ଼ଉ ସମୟରେ ଘଟଣାସ୍ଥଳରୁ ଜଣେ ଗ୍ରାହକ ଅଭିଯୁକ୍ତ, ଜଣେ ରିସେପ୍ସନିଷ୍ଟଙ୍କ
ପୋଲିସ ପକ୍ଷରୁ ହେଭେନ୍ ସ୍ପା ସେଣ୍ଟରରେ ଚଢାଉ :ଚାରିଜଣ ଅଟକ


ପୁରୀ, ୭ ନଭେମ୍ବର (ହି.ସ.)- ପୁରୀ ସହରର ସମୁଦ୍ରକୂଳ ଥାନା ଅଧୀନସ୍ଥ ସିଟି ରୋଡ୍ ନିକଟସ୍ଥ ହେଭେନ୍ ସ୍ପା ସେଣ୍ଟରରେ ଅନୈତିକ କାର୍ଯ୍ୟକଳାପ ଚାଲିଥିବା ସମ୍ପର୍କରେ ସୂଚନା ପାଇ ସମୁଦ୍ରକୂଳ ଥାନା ପୋଲିସ ଚଢ଼ଉ କରିଥିଲା | ଏହି ଚଢ଼ଉ ସମୟରେ ଘଟଣାସ୍ଥଳରୁ ଜଣେ ଗ୍ରାହକ ଅଭିଯୁକ୍ତ, ଜଣେ ରିସେପ୍ସନିଷ୍ଟଙ୍କୁ ଧରାଯାଇଥିବା ବେଳେ ଦୁଇ ଜଣ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣା ସମ୍ପର୍କରେ ସି ବିଚ ଥାନା ପୋଲିସ ପକ୍ଷରୁ ୩୬୯/୨୬ ରେ କେସ ରେଜିଷ୍ଟର ହୋଇ ତଦନ୍ତ ଜାରି ରହିଛି। ଏହି କାର୍ଯ୍ୟକଳାପରେ ଅନ୍ୟ କାହାରି ସମ୍ପୃକ୍ତି ରହିଛି କି ନାହିଁ, ସେ ଦିଗରେ ମଧ୍ୟ ତଦନ୍ତ କରାଯାଉଛି। ପୀଡ଼ିତାଙ୍କ ସୁରକ୍ଷା ଓ ଆବଶ୍ୟକୀୟ ସହାୟତା ନିମନ୍ତେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande