ବସ୍-ଟ୍ରକ୍ ଧକ୍କା
ବଲାଙ୍ଗିର, ୮ ନଭେମ୍ବର (ହି.ସ.)- ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା । ଫଳରେ ଟ୍ରକ୍ ଭିତରେ ଚାପି ହୋଇଯାଇଲେ ଟ୍ରକ୍ ଡ୍ରାଇଭର । ଖବର ପାଇ ଘଟଣାସ୍ଥଳରେ ପହଂଚି ଚାଳକଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନଶମ ବାହିନୀ । ବରଗଡ଼-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ସମ୍ମୁଖରେ ଆଜ
ବସ୍-ଟ୍ରକ୍ ଧକ୍କା


ବସ୍-ଟ୍ରକ୍ ଧକ୍କା


ଆହତଙ୍କୁ ମେଡିକାଲକୁ ନିଆଯାଉଛି


ବଲାଙ୍ଗିର, ୮ ନଭେମ୍ବର (ହି.ସ.)- ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା । ଫଳରେ ଟ୍ରକ୍ ଭିତରେ ଚାପି ହୋଇଯାଇଲେ ଟ୍ରକ୍ ଡ୍ରାଇଭର । ଖବର ପାଇ ଘଟଣାସ୍ଥଳରେ ପହଂଚି ଚାଳକଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନଶମ ବାହିନୀ । ବରଗଡ଼-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ସମ୍ମୁଖରେ ଆଜି ସକାଳେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ଅନୁସାରେ, ପୁରୀରୁ ନୂଆପଡା ଅଭିମୁଖେ ଯାଉଥିବା ବସ୍ ଓ ଏକ ମାଲ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଟ୍ରକ୍ ର ଆଗ ଚକ ଫାଟି ଯିବାରୁ ଟ୍ରକ୍ ଟି ଭାରସାମ୍ୟ ହରାଇ ସାମ୍ନାରୁ ଆସୁଥିବା ବସ୍ ସହିତ ଧକ୍କା ହୋଇଥିଲା । ଏଥିରେ ବସ୍ ର କେତେକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ଯୋଗୁଁ ଟ୍ରକ୍ ଡ୍ରାଇଭର୍ ଟ୍ରକ୍ ଭିତରେ ଫସି ରହିଥିଲେ । ବଲାଙ୍ଗିର ଓ ସଇଁତଳା ଅଗ୍ନିଶମ ବାହିନୀ ପହଂଚି ଡ୍ରାଇଭରକୁ ଉଦ୍ଧାର କରିଥିଲେ । ସକାଳୁ କୁହୁଡ଼ି ଓ ଟ୍ରକ ଚକା ଫାଟି ଯିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା ଯୋଗୁ ବରଗଡ଼-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥର ସଇଁତଳା ନିକଟରେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରାସ୍ତା ଜାମ୍ ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande