
ଭୁବନେଶ୍ୱର, ୮ ନଭେମ୍ବର (ହି.ସ.)- ଆଗାମୀ ୭ ଦିନ ମଧ୍ୟରୁ ତୃତୀୟ, ଚତୁର୍ଥ ଓ ପଂଚମ ଦିନ ରାଜ୍ୟର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।
ସେହିପରି ପ୍ରଥମ, ଦ୍ୱିତୀୟ, ଷଷ୍ଠ ଏବଂ ସପ୍ତମ ଦିନ ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ