ଆଜି ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ
ଭୁବନେଶ୍ୱର, 08 ନଭେମ୍ବର (ହି.ସ.)- ଆଜି ଆଲୋକର ପର୍ବ ଦୀପାବଳି । କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳୀ ପାଳନ କରାଯାଇଥାଏ । ଏହା ଅନ୍ଧକାର ଉପରେ ଆଲେକର ବିଜୟକୁ ଦର୍ଶାଇଥାଏ । ଘରେ ଘରେ ଦୀପ ଜାଳି, ବାଣ ଫୁଟାଇ, ପିଠାପଣା ଖାଇ ଏହି ଦିନକୁ ପାଳନ କରାଯାଏ । ଏହି ଦିନ ପିତ
ଆଜି ପବିତ୍ର ଦୀପାବଳି ଓ     ପୟାଶ୍ରାଦ୍ଧ


ଭୁବନେଶ୍ୱର, 08 ନଭେମ୍ବର (ହି.ସ.)- ଆଜି ଆଲୋକର

ପର୍ବ ଦୀପାବଳି । କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳୀ ପାଳନ କରାଯାଇଥାଏ । ଏହା

ଅନ୍ଧକାର ଉପରେ ଆଲେକର ବିଜୟକୁ ଦର୍ଶାଇଥାଏ । ଘରେ ଘରେ ଦୀପ ଜାଳି, ବାଣ ଫୁଟାଇ, ପିଠାପଣା ଖାଇ ଏହି ଦିନକୁ ପାଳନ କରାଯାଏ । ଏହି ଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ

ମନେପକାଯାଇଥାଏ। ଏହା ସହ ଏହି ଦିନ ମାଆ କାଳୀଙ୍କୁ ଆରାଧ୍ୟନା କରାଯାଇଥାଏ ।

ଦୀପାବଳିକୁ ନେଇ ଅନେକ କଥା

ରହିଛି । ପୌରାଣିକ ମତାନୁଯାୟୀ, ଏହିଦିନ

ଭଗବାନ୍ ବିଷ୍ଣୁ ହିରଣ୍ୟକଶିପୁଙ୍କୁ ବଧ କରିଥିଲେ। ସେଥିପାଇଁ ଏହି ପର୍ବ ପାଳନ କରାଯାଏ। ଏହି

ଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଓ ଧନ୍ବନ୍ତରୀଙ୍କ ଆବିର୍ଭାବ ହୋଇଥିଲା। ଆହୁରି ମଧ୍ୟ କୁହାଯାଏ, ୧୪ ବର୍ଷ ବନବାସ ସାରି ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ର ଅଯୋଧ୍ୟା

ପ୍ରତ୍ୟାବର୍ତ୍ତନ କରିଥିବାରୁ ଏହିଦିନକୁ ସ୍ମରଣୀୟ କରିବାକୁ ଆଲୋକର ପର୍ବ ଭାବେ ପାଳନ କରାଯାଇଥାଏ।

ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଶ୍ରୀକୃଷ୍ଣ ନାରକାସୁରକୁ ବଧ କରିଥିବାରୁ ଏହାପର ଦିନକୁ

ଦୀପାବଳି ଭାବେ ପାଳନ କରାଯାଏ।

ଦୀପାବଳି ଅବସରରେ ପୁରୀ

ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଜମିଛି। ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପ୍ରବଳ ଭକ୍ତଙ୍କ ସମାଗମ

ହୋଇଥିବା ବେଳେ ସକାଳୁ ବଡ଼ ବଡୁଆ ଡାକୁଥିବା ଦେଖିବାକୁ ମିଳିଛି। ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ

ଭାବେ ବଡ଼ବଡ଼ିଆ ଡାକିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବର୍ଷସାରା

ଯେଉଁମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିପାରିନଥାନ୍ତି, ସେମାନେ ଆଜି ଶ୍ରୀକ୍ଷେତ୍ରରେ

ପିଣ୍ଡଦାନ କରିଥାନ୍ତି । ଏହାପରେ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ଼ବଡ଼ୁଆଙ୍କୁ

ଡାକିଥାନ୍ତି। ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପିତୃପୁରୁଷଙ୍କୁ

ଆଲୋକ ଦେଖାଇ ବିଦାୟ ଦେବାର ପରମ୍ପରା ରହିଛି ।

ଆଜି ଦୀପାବଳି ଅବସରରେ ବିନ୍ଦୁସାଗର କୂଳରେ ମଧ୍ୟ ଚାଲିଛି ପୟା

ଶ୍ରାଦ୍ଧ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ

ଶ୍ରାଦ୍ଧ ଅର୍ପଣ କରୁଛନ୍ତି ଶ୍ରଦ୍ଧାଳୁ। ପିଣ୍ଡଦାନ ସହ ପିତୃପୁରୁଷଙ୍କ ଆତ୍ମାର ସଦ୍ଗତି କାମନା

କରି ଚାଲିଛି ପୂଜାର୍ଚ୍ଚନା। ପିତୃପକ୍ଷର ଶେଷ ଦିନରେ ପିତୃପୁରୁଷଙ୍କୁ ମନେ ପକାଇ ପରମ୍ପରା

ଅନୁଯାୟୀ ଶ୍ରାଦ୍ଧ ଦେଉଛନ୍ତି ଲୋକେ। ବିଶ୍ୱାସ ରହିଛି, ଏହି ଦିନ ପୟା ଶ୍ରାଦ୍ଧ କଲେ ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande