ଦୀପାବଳିରେ ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ- ମନ୍ତ୍ରୀ
ଭୁବନେଶ୍ୱର, 08 ନଭେମ୍ବର (ହି.ସ.)- ଦୀପାବଳିରେ ଦୀପ ଜଳାଇ ଦୀପାବଳି ପାଳନ କରିବାକୁ ଅପିଲ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ । ସେ କହିଛନ୍ତି ଯେ, ଲୋକେ ସାମାଜିକ ଦାୟିତ୍ଵ ନିର୍ବାହନ କରନ୍ତୁ । ଆମ ପରିବେଶ କଥା ଚିନ୍ତା କରନ୍ତୁ । ଯେପରି
ଦୀପାବଳିରେ ନିୟମ ନମାନିଲେ     ହେବ କାର୍ଯ୍ୟାନୁଷ୍ଠାନ- ମନ୍ତ୍ରୀ


ଭୁବନେଶ୍ୱର, 08 ନଭେମ୍ବର (ହି.ସ.)- ଦୀପାବଳିରେ ଦୀପ

ଜଳାଇ ଦୀପାବଳି ପାଳନ କରିବାକୁ ଅପିଲ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ

ଖୁଂଟିଆ । ସେ କହିଛନ୍ତି ଯେ, ଲୋକେ ସାମାଜିକ ଦାୟିତ୍ଵ ନିର୍ବାହନ କରନ୍ତୁ । ଆମ ପରିବେଶ କଥା

ଚିନ୍ତା କରନ୍ତୁ । ଯେପରି ବାୟୁ ପ୍ରଦୂଷଣ ନହେବ । କେବଳ ଦୀପ ଜାଳନ୍ତୁ। ସାଧାରଣ ଲୋକ, ବରିଷ୍ଠ ଲୋକ ଯେମିତି ସମସ୍ୟା ନ ହେବ ସେ ନେଇ ଦୃଷ୍ଟି ଦିଅନ୍ତୁ । ପ୍ରଦୂଷଣ ଭବିଷ୍ୟତ

ପାଇଁ ଶୁଭଙ୍କର ନୁହେଁ । ଆଜି ସନ୍ଧ୍ୟା 7 ରୁ 9 ଯାଏଁ ସବୁଜ ବାଣ ଫୁଟାନ୍ତୁ । ଖୋଲା ଜାଗାରେ ଛୋଟ ସବୁଜ ବାଣ ଫୁଟାଇବା । ଜନଗହଳି ଓ

ବସ୍ତିରେ ବାଣ ଫୁଟାନ୍ତୁ ନାହିଁ । ଅନ୍ୟପଟେ ନିୟମ ଖିଲାପ କଲେ, କାର୍ଯ୍ୟାନୁଷ୍ଠାନ

ମଧ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ

ବୋର୍ଡ ପ୍ରଶାସନ ସହ ଏ ନେଇ ଆଲୋଚନା ହୋଇଛି।

ଲୋକମାନଙ୍କୁ ଅନୁରୋଧ ସମସ୍ତ ନିୟମ ମାନନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande