
ଭୁବନେଶ୍ୱର, 08 ନଭେମ୍ବର (ହି.ସ.)- ଓରାଙ୍ଗଓଟାନ
ସୁସ୍ଥ ଅଛନ୍ତି ଭଲ ଅଛନ୍ତି | ଆମେ
ଚାହୁଁଛୁ ସେମାନେ ଏହିଠାରେ ହିଁ ରୁହନ୍ତୁ।
ସେମାନଙ୍କୁ ଆମ ପରିବେଶ ଅନୁକୂଳ ହେଉଛି। ବର୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ବଢୁଛନ୍ତି
ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ ।
ମନ୍ତ୍ରୀ କହିଛନ୍ତି ଯେ, ଯେକୌଣସି
ଦେଶ ଓରାଙ୍ଗଓଟାନ ତାଙ୍କ ଦେଶର କେବଳ ଦାବି କରିଦେଲେ ହେବ ନାହିଁ, ସେମାନଙ୍କୁ ପ୍ରମାଣ ଦେବାକୁ ପଡିବ। ଏହି ଓରାଙ୍ଗଓଟନ ବଂଶଜ ତାଙ୍କ ଦେଶର ବୋଲି ।
ଇଣ୍ଡୋନେସିଆ କେବଳ ଦାବି କରିଥିଲା କିନ୍ତୁ କୌଣସି ପ୍ରମାଣ ଦେଇନାହାନ୍ତି। ଇଣ୍ଡୋନେସିଆରୁ ଯେଉଁ
ବିଶେଷଜ୍ଞ ଦଳ ଆସିବେ ସେମାନେ କେବଳ ଆସୁଛନ୍ତି ଦେଖିବା ପାଇଁ କିନ୍ତୁ ଭାରତ ସରକାର ତାଙ୍କ ଠାରୁ
ପ୍ରମାଣ ମାଗିବେ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା