ପବିତ୍ର ଦୀପାବଳି ଉତ୍ସବରେ ରାତି ୯ଟାରେ ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଲା ମହାଦୀପ
ଭଦ୍ରକ, ୯ ନଭେମ୍ବର (ହି.ସ.) - ଗତ ରବିବାର ପବିତ୍ର ଦୀପାବଳି ଉତ୍ସବ ପାଇଁ ଉତ୍ସବମୁଖର ହୋଇଉଠିଥିଲା ବାବା ଆଖଣ୍ଡଳମଣି ପୀଠ। ରୀତିନୀତି ଅନୁଯାୟୀ ସମସ୍ତ ପ୍ରସ୍ତୁତି ସରିବା ପରେ ରାତି ୯ଟାରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଥିଲା ମହାଦୀପ। ଏହି ଅବସରରେ ରବିବାର ଭୋର ୫ଟାରେ ମନ୍ଦିର ଦ୍ୱାର
AKHANDALAMANI PITHA MAHADIPA


ଭଦ୍ରକ, ୯ ନଭେମ୍ବର (ହି.ସ.) - ଗତ ରବିବାର ପବିତ୍ର ଦୀପାବଳି ଉତ୍ସବ ପାଇଁ ଉତ୍ସବମୁଖର ହୋଇଉଠିଥିଲା ବାବା ଆଖଣ୍ଡଳମଣି ପୀଠ। ରୀତିନୀତି ଅନୁଯାୟୀ ସମସ୍ତ ପ୍ରସ୍ତୁତି ସରିବା ପରେ ରାତି ୯ଟାରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଥିଲା ମହାଦୀପ। ଏହି ଅବସରରେ ରବିବାର ଭୋର ୫ଟାରେ ମନ୍ଦିର ଦ୍ୱାରଫିଟା ନୀତି ସମ୍ପନ୍ନ ହେବା ପରେ ଦୀପାବଳି ନିମନ୍ତେ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ନୀତି କାନ୍ତି। ଆଗନ୍ତୁକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛଥିଲା । ଅପରାହ୍ନ ୪ଟା ସୁଧା ସମସ୍ତ ସକାଳ ନୀତିଧୂପ ସମ୍ପନ୍ନ ହେବା ପରେ ବାବା ବଡ଼ସିଂହାର ବେଶରେ ଦର୍ଶନ ଦେଇଥିଲେ । ସନ୍ଧ୍ୟାରେ ଶହଶହ ଭକ୍ତଙ୍କ ପକ୍ଷରୁ ଦୀପ ପ୍ରଜ୍ୱଳନ କରାଯାଇଥିଲା ରାତ୍ର ୮ଟାରେ ମହାଦୀପ ପ୍ରସ୍ତୁତ ସହ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ବାବାଙ୍କ ପାଖରେ ମହାଦୀପକୁ ଉତ୍ସର୍ଗ କରାଯାଇ ଅଗ୍ନି ସଂଯୋଗ କରାଯିବା ପରେ ଘଂଟ କିର୍ତନ ସହ ମନ୍ଦିର ବେଢ଼ା ପରିକ୍ରମା କରାଯାଇ ରାତି ୯ଟାରେ ସେବାୟତ ଓ ଭକ୍ତଙ୍କ ଗହଣରେ ମହାଦୀପ ମନ୍ଦିର ଚୂଡାରେ ସ୍ଥାପନ କରାଯାଇଥିଲା । ପରେ ରାତ୍ର ୧୦ଟାରେ ବାଟୁଳା ନୀତି ଦହି ପଖାଳ ଭୋଗ ଲାଗି କରାଯାଇ ପହୁଡ଼ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande