ଆମ ବସ୍ ଧକ୍କାରେ ତିନି ମହିଳା ଆହତ
କେନ୍ଦୁଝର, ୦୯ ନଭେମ୍ବର(ହି.ସ.) – କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୂର୍ ଠାରେ କୃଟ ଆମ ବସ୍ ଧକ୍କାରେ ତିନି ମହିଳା ଆହତ ହୋଇଛନ୍ତି। ସେଥି ମଧ୍ୟରୁ ଦୁଇ ଗୁରୁତର ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ବସକୁ ସ୍ଥାନୀୟ ବାସିନ୍
Ama


କେନ୍ଦୁଝର, ୦୯ ନଭେମ୍ବର(ହି.ସ.) – କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୂର୍ ଠାରେ କୃଟ ଆମ ବସ୍ ଧକ୍କାରେ ତିନି ମହିଳା ଆହତ ହୋଇଛନ୍ତି। ସେଥି ମଧ୍ୟରୁ ଦୁଇ ଗୁରୁତର ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।

ବସକୁ ସ୍ଥାନୀୟ ବାସିନ୍ଦା ଅଟକାଇ ଥିବାବେଳେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

ପ୍ରକାଶ ଯେ ତିନି ଜଣ ମହିଳା ଏକ ସ୍କୁଟି ଯୋଗେ ପୂରୁଣା ସହର ରୁ କେନ୍ଦୁଝର ସହର ଆଡ଼େ ଯାଉଥିବା ବେଳେ ସ୍ଥାନୀୟ ଆଟୋପୁର ଠାରେ କ୍ରୁଟ ଆମ ବସ ମୁହମୁହିଁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଆରୋହୀ ତିନି ଜଣ ଗୁରୁତର ହୋଇଥଲେ। ଏହି ଘଟଣା ପରେ ଆମ ବସ୍ ଉକ୍ତ ରାସ୍ତା ରେ ଚଳାଚଳ ବନ୍ଦ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande