
ଧର୍ମଶାଳା, ୯ ନଭେମ୍ବର (ହି.ସ.)- ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅଂଚଳରେ ଆଜି ବାଇକ୍- ସ୍କୁଟି ମୁହାଁମୁହିଁ ଧକ୍କା । ଏଭଳି ଘଟଣା ଘଟିଛି ଏହି ଥାନା ଅନ୍ତର୍ଗତ ବରୁହାଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତା ବ୍ରହ୍ମବରଦା କଲେଜଛକ ନିକଟରେ । ଏହି ଦୁର୍ଘଟଣାରେ ଜଣେ ମହିଳା ଓ ଜଣେ ପୁରୁଷ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପଂହଚି ଦୁର୍ଘଟଣାଗ୍ରସ୍ତ ଗାଡି ୨ଟିକୁ ଜବତ କରିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ