ବିର୍ସା ମୁଣ୍ଡା ଜୟନ୍ତୀ ପ୍ରସ୍ତୁତି ବୈଠକ
ବଲାଙ୍ଗୀର, ୦୯ ନଭେମ୍ବର(ହି.ସ.) – ବଲାଙ୍ଗିର ବ୍ଲକ ଅନ୍ତର୍ଗତ ପଥରଚେପା ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିିବାସୀ କଲ୍ୟାଣ ସଂଘ ର ଆସନ୍ତା ନଭେମ୍ବର ୧୫ ତାରିଖ ଦିନ କୋସଲ କଳା ମଣ୍ଡଳ ବଲାଙ୍ଗୀର ରେ ହେବାକୁ ଥିବା ବିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏହି ବୈଠକରେ ସଂଘର ସଭାପ
ବିର୍ସା ମୁଣ୍ଡା ଜୟନ୍ତୀ ପ୍ରସ୍ତୁତି ବୈଠକ


ବଲାଙ୍ଗୀର, ୦୯ ନଭେମ୍ବର(ହି.ସ.) – ବଲାଙ୍ଗିର ବ୍ଲକ ଅନ୍ତର୍ଗତ ପଥରଚେପା ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିିବାସୀ କଲ୍ୟାଣ ସଂଘ ର ଆସନ୍ତା ନଭେମ୍ବର ୧୫ ତାରିଖ ଦିନ କୋସଲ କଳା ମଣ୍ଡଳ ବଲାଙ୍ଗୀର ରେ ହେବାକୁ ଥିବା ବିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏହି ବୈଠକରେ ସଂଘର ସଭାପତି ସତ୍ୟନାରାୟଣ ଭୋଇଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ସଂଘର ସଂପାଦକ ପୁରୁଷୋତମ ଧରୁଆ ବ୍ଲକ ସଭାପତିମାନଙ୍କୁ ନିଜ ନିଜ ବ୍ଲକରୁ ଯେମିତି ଲୋକେ ଆସିବେ ଏହି କାର୍ଯ୍ୟକ୍ରମକୁ ସଫଳ କରିବେ ସେ ନେଇ ଆଲୋଚନା ହୋଇଥିଲା। ଗାଁ ରେ ଥିବା ଡକା ବାଦ୍ୟ ଘୁମୁରା ମାଂଦଳ ଘୁଟଖା ଢାପ ଇତ୍ୟାଦି ଧରି ପାରମ୍ପରିକ ବେଶରେ ଆସିବେ। ଏହି ବୈଠକରେ ବ୍ଲକ ସଭାପତି ମାନେ ସତ୍ୟନାରାୟଣ କୁମୁରା, କ୍ଷମା ଦଳପତି, ବିପିନ ଭୋଇ, ଦେବେନ୍ଦ୍ର ଭୋଇ, ଲବ ପଧାନୀ, ଲକ୍ଷ୍ମୀକାନ୍ତ ଧରୁଆ, ଅଷ୍ଟରତ୍ନ ବରିହା, ଶରତ ସିଂ ଭୋଇ, ଦେବେନ୍ଦ୍ର ଭୋଇ, ବିପ୍ର ବିଶି ଯୋଗଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande