
ଭୁବନେଶ୍ୱର,୦୯ ନଭେମ୍ବର (ହି.ସ.) - ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୋମବାର ଦିନ ଡେଲାଙ୍ଗ-ପିପିଲି ନିର୍ବାଚନମଣ୍ଡଳୀର ପ୍ରସିଦ୍ଧ ପୀଠ ବିଶ୍ୱନାଥ ମୁଣ୍ଡିଆର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ବିଶ୍ୱନାଥ ମୁଣ୍ଡିଆକୁ ଏକ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବ ।
ଏହି ଅବସରରେ ପୁରୀର ସାଂସଦ ସମ୍ବିତ ପାତ୍ର ଏବଂ ଡେଲାଙ୍ଗ-ପିପିଲିର ବିଧାୟକ ଆଶ୍ରିତ ପଟ୍ଟନାୟକ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା