କୁଆଖିଆ କଳାନିକେତନ ସୋରୁମରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ
ଧର୍ମଶାଳା, ୧୦ ନଭେମ୍ବର (ହି.ସ.)- ପବିତ୍ର ଦୀପାବଳିରେ ଅଘଟଣ । ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କୁଆଖିଆ ବଜାରରେ ଥିବା କଳାନିକେତନ ଗାରମେଂଟ ସୋରୁମରେ ରବିବାର ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ବହୁ ଜୋରରେ ଧୂଆଁ ବାହାରିବାରୁ ସୋରୁମରେ ଥିବା ସମସ୍ତ କର୍ମଚାରୀ ଭୟରେ ବାହାରକୁ
କୁଆଖିଆ କଳାନିକେତନ ସୋରୁମରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ


ଧର୍ମଶାଳା, ୧୦ ନଭେମ୍ବର (ହି.ସ.)- ପବିତ୍ର ଦୀପାବଳିରେ ଅଘଟଣ । ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କୁଆଖିଆ ବଜାରରେ ଥିବା କଳାନିକେତନ ଗାରମେଂଟ ସୋରୁମରେ ରବିବାର ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ବହୁ ଜୋରରେ ଧୂଆଁ ବାହାରିବାରୁ ସୋରୁମରେ ଥିବା ସମସ୍ତ କର୍ମଚାରୀ ଭୟରେ ବାହାରକୁ ଚାଲି ଆସିଥିଲେ । ଖବର ପାଇ କୁଆଖିଆ ପୁଲିସ ଓ ରସୁଲପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲେ । ସେତେବେଳକୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande