ଶାରେଦେଶ୍ୱରୀ ଆୟୁର୍ବେଦିକ ଚିକିତ୍ସାଳୟରେ ମାଗଣା ସ୍ୱାସ୍ଥ୍ୟ ଶିବିର
ବଲାଙ୍ଗୀର, ୦୯ ନଭେମ୍ବର(ହି.ସ.) – ଆଜି ଆୟୁର୍ବେଦିକ ଚିକିତ୍ସାଳୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଇନ୍ଚାର୍ଜ ଡେପୁଟି ସୁପରିଟେଣ୍ଡେଣ୍ଟ ଡା. ସଂଜିବ କୁମାର ଦୋରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରରେ ଅନେକ ରୋଗୀ ଦୂରାଦୂରାନ୍ତର ଚିକିତ୍ସିତ ହେବା ପାଇଁ ଏହି ଶିବିରରେ ଯୋଗଦାନ
ଶାରେଦେଶ୍ୱରୀ ଆୟୁର୍ବେଦିକ ଚିକିତ୍ସାଳୟରେ ମାଗଣା ସ୍ୱାସ୍ଥ୍ୟ ଶିବିର


ଶାରେଦେଶ୍ୱରୀ ଆୟୁର୍ବେଦିକ ଚିକିତ୍ସାଳୟରେ ମାଗଣା ସ୍ୱାସ୍ଥ୍ୟ ଶିବିର


ବଲାଙ୍ଗୀର, ୦୯ ନଭେମ୍ବର(ହି.ସ.) – ଆଜି ଆୟୁର୍ବେଦିକ ଚିକିତ୍ସାଳୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଇନ୍ଚାର୍ଜ ଡେପୁଟି ସୁପରିଟେଣ୍ଡେଣ୍ଟ ଡା. ସଂଜିବ କୁମାର ଦୋରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରରେ ଅନେକ ରୋଗୀ ଦୂରାଦୂରାନ୍ତର ଚିକିତ୍ସିତ ହେବା ପାଇଁ ଏହି ଶିବିରରେ ଯୋଗଦାନ କରିଥିଲେ। ପ୍ରାୟ ୨୫୦ ରୁ ଉର୍ଦ୍ଧ୍ୱ ରୋଗୀ ଯୋଗଦାନ କରିଥିଲେ। ଏହି ଶିବିର ସକାଳ ଘ.୮ରୁ ଦିବା ଘ.୨ ପର୍ଯ୍ୟନ୍ତ ପରିଚାଳନା ହୋଇଥିଲା। ଏହି କାର୍ଯ୍ୟକ୍ରମକ ସହଯୋଗ କରିଥିଲେ ଡା. ବାସୁଦେବ ପତି, ପ୍ରକାଶ ଚନ୍ଦ୍ର ଦାଶଙ୍କ ସହଯୋଗ କରିଥିଲେ। ଡା. ସଂଜିବ କୁମାର ଦୋରା, ଡା. ବ୍ୟାସ ଦେବ ନାଏକ, ଡା. ଅମ୍ବୁଜ କୁମାର ବିଶ୍ୱାଲ, ଡା. ରାଜ କୁମାର ମେହେର , ଡା. ଦୁଷ୍ମନ୍ତ ମେହେର, ଡା. ସରିତା ନାଏକ, ଡା. ପୂଜା ମେହେର, ଡା. ମନୀଷା ସିଂହ, ଡା. ଅଶୋକ କୁମାର ମିଶ୍ର, ଏବଂ ଦେବଦତ ମିଶ୍ର, ଶିକ୍ଷାର୍ଥୀ ମୋନିକା ତ୍ରିପାଠି, ଦିବାଂଶି ରାଠୋର, ପ୍ରଜ୍ଞାପ୍ରଭାମିତ ହାତି, ସ୍ମୃତିସୁଚରିତା ହାତି, ଆନନ୍ଦ ତିୱାରି, ଅନୁଭବ ମିଶ୍ର, ଅଭିଷେକ ହୋତା ଏବଂ ଆୟୁର୍ବେଦିକ କଂପାନୀର କର୍ମକର୍ତାମାନେ ସଫଳ କରିଥିଲେ। ଶେଷରେ ଡା.ସଂଜିବ କୁମାର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande