ଘୁଷୁରାମୁଣ୍ଡା ଆଙ୍ଗନୱାଡ଼ି କେନ୍ଦ୍ର ତାଲା ବନ୍ଦ ଘଟଣା ଜିଲ୍ଲାପାଳଙ୍କୁ ଦାବିପତ୍ର
ବଲାଙ୍ଗୀର, ୦୯ ନଭେମ୍ବର(ହି.ସ.) – ସିଭିଲ ରାଇଟ୍ସ ପ୍ରୋଟେକ୍ସନ ଫୋରମ ବଲାଙ୍ଗୀର ତରଫରୁ ଆବାହକ ଆଇନଜିବି ଦିନେଶ ନାଗଙ୍କ ନେତୃତ୍ୱରେ ମୁରିବାହାଲ ବ୍ଲକ ଅଧିନରେ ଥିବା ଘୁଷୁରାମୁଣ୍ଡା ଆଙ୍ଗନୱାଡି କେନ୍ଦ୍ର ତାଲା ବନ୍ଧ ଘଟଣାକୁ ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଘଟଣାଟି ହେଲା ଘୁଷୁରାମୁଣ୍ଡା ଆଙ
ଘୁଷୁରାମୁଣ୍ଡା ଆଙ୍ଗନୱାଡି କେନ୍ଦ୍ର ତାଲା ବନ୍ଦ ଘଟଣା ଜିଲ୍ଲାପାଳଙ୍କୁ ଦାବିପତ୍ର


ବଲାଙ୍ଗୀର, ୦୯ ନଭେମ୍ବର(ହି.ସ.) – ସିଭିଲ ରାଇଟ୍ସ ପ୍ରୋଟେକ୍ସନ ଫୋରମ ବଲାଙ୍ଗୀର ତରଫରୁ ଆବାହକ ଆଇନଜିବି ଦିନେଶ ନାଗଙ୍କ ନେତୃତ୍ୱରେ ମୁରିବାହାଲ ବ୍ଲକ ଅଧିନରେ ଥିବା ଘୁଷୁରାମୁଣ୍ଡା ଆଙ୍ଗନୱାଡି କେନ୍ଦ୍ର ତାଲା ବନ୍ଧ ଘଟଣାକୁ ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଘଟଣାଟି ହେଲା ଘୁଷୁରାମୁଣ୍ଡା ଆଙ୍ଗନୱାଡ଼ି କେନ୍ଦ୍ରରେ ପାଚିକା ପଦବି ଦିର୍ଘ ଦିନ ହେଲା ଖାଲି ପଡ଼ିଥିବାରୁ ସରକାରଙ୍କ ତରଫରୁ ନୂତନ ପାଚିକା ନିଯୁକ୍ତି ପାଇଁ ବିଜ୍ଞାପନ ଜାରି ହୋଇଥିଲା, ବିଜ୍ଞାପନ ଅନୁସାରେ ପାଂଚଜଣ ପ୍ରାର୍ଥୀ ଆବେଦନ କରିଥିଲେ ଏବଂ ଯୋଗ୍ୟତା ଅନୁସାରେ ପୂଣ୍ୟ ହରିପାଲଙ୍କୁ ନିଯୁକ୍ତି ମିଳିଲା। ପୁଣ୍ୟ ହରିପାଳ ପାଚିକା ଭାବରେ କିଛି ଦିନ କାମ କଲା ପରେ ସେହି ଗ୍ରାମର ଉଚ୍ଛ ଜାତିର ଲୋକ ଜାତିଆଣ ଭେଦଭାବ କରି ଆଙ୍ଗନୱାଡି କେନ୍ଦ୍ରରେ ତାଲା ମାରିଲେ, ସେମାନଙ୍କ ଯୁକ୍ତି ହେଲା ଅନୁସୂଚିତ ଜାତିିର ପାଚିକା ରୋଷେଇ କଲେ ଆମେ ଆମ ପିଲାମାନଙ୍କୁ କେନ୍ଦ୍ରକୁ ଯିବାକୁ ଦେବୁ ନାହିଁ କାରଣ, ସେ ଜଣେ ନିଚ ଜାତିର। ଆମେ ତାର ହାତ ରନ୍ଧା ଖାଦ୍ୟ ଆମ ପିଲାମାନଙ୍କୁ ଖାଇବାକୁ ଦେବୁ ନାହିଁ। ତା’ ଦ୍ୱାରା ଆମ ଜାତି ମାରାଯିବ। ଏପରି କହି କେନ୍ଦ୍ରରେ ତାଲା ମାରିଲେ, ପାଚିକା, ପରିଦର୍ଶୀକା ଓ ସିଡିପିଓ ମିଶି ମୁରିବାହାଲ ଥାନାରେ ଏତଲା ଦେଲେ ହେଲେ ଥାନା ଅଧିକାରୀ ଦୋଷୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଫଳରେ କେନ୍ଦ୍ର ଦିର୍ଘ ଦିନ ଧରି ବନ୍ଦ ରହିଲା। ଅପରପକ୍ଷେ କିଛି ସମାଜିକ କର୍ମୀ ଆନ୍ଦୋଳନ କରିବାରୁ ପୁଣି ଦୁଇ ଦିନ ପାଇଁ କେନ୍ଦ୍ର ଖୋଲାଗଲା ଏବଂ ପୁଣି ବର୍ତମାନ ତାଲା ବନ୍ଦ ରହିଛି। ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଅନୁଷ୍ଠାକୁ ଜାତିଆଣ ଭେଦଭାବ କରି ତାଲା ବନ୍ଦ କରି ରଖିବା ନିଶ୍ଚିତ ଭାବରେ ପ୍ରଶାସନର ଅପାରଗତାକୁ ପ୍ରକାଶ କରୁଛି। ତେଣୁ ସିଭିଲ ରାଇଟ୍ସ ପ୍ରୋଟେକ୍ସନ ଫୋରମ ବଲାଙ୍ଗିର ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳ ବଲାଙ୍ଗୀରକୁ ପ୍ରଦାନ କରିଛି। ଦାବିପତ୍ରରେ ଦର୍ଶା ଯାଇଛି ଯେ, ସାମ୍ବିଧାନିକ ଅଧିକାର, ମାନବମୁଲ୍ୟ ଓ ସାମାଜିକ ସମାନତା ସେହି ଗ୍ରାମରେ ଅତିଶିଘ୍ର ପ୍ରତିଷ୍ଠା କରାଯାଉ, ଯଦି ସାତ ଦିନ ମଧ୍ୟରେ ଏହାର ସମାଧାନ ନ ହୁଏ ତେବେ ଫୋରମ ତରଫରୁ ଜିଲ୍ଲାପାଳ ବଲାଙ୍ଗୀର ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଦାଳତ ର ଦ୍ୱାରସ୍ତ ହେବା ପାଇଁ ଫୋରମ ତରଫରୁ ଚେତାବନୀ ଦିଆଯାଇଛି। କାରଣ ଜିଲ୍ଲା ପ୍ରଶାସନ ଚାହିଁଥିଲେ ଓ ଘଟଣା ଶିଘ୍ର ସମାଧାନ ହୋଇଥାନ୍ତା, ଏହା ହେଉଛି ପ୍ରଶାସନିକ ଅବହେଳା ଓ ଅପାରଗତା। ଏହି ଦାବିପତ୍ର ପ୍ରଦାନ ସମୟରେ ସମାଜସେବି ବଲାଙ୍ଗିର ପୌରପାଳିକାର ପରାମର୍ଶଦାତା ଶୁମ୍ଭୁ ନାଗ ଓ କିଶୋର କୁମ୍ଭାର ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande