ପଣ୍ଡାପଡାରେ ପୂଜା ପାଉଛନ୍ତି ମା ଦକ୍ଷିଣ କାଳୀ
ଘଟଗାଁ , ୯ ନଭେମ୍ବର (ହି.ସ.) - ଗାଁ ଠୁ ସହର ଚଳ ଚଂଚଳ ମୁଖରେ ପାଳନ ହେଉଛି କାଳୀ ପୂଜା ସେହିପରି ଘଟଗାଁ ବ୍ଲକ ପଣ୍ଡାପଡା ଠାରେ ୧୯୫୪ ମସିହା ଠାରୁ ଆଦ୍ୟବଧି ମା ଦକ୍ଷିଣ କାଳୀ ପୂଜା ଆନନ୍ଦ ଉତ୍ସବରେ ପୂଜା ପାଉଛନ୍ତି । ସ୍ଥାନୀୟ ବୁଢ଼ୀ ନଦୀରୁ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିବା ବେଳେ ପୂଜକ ଧର
ପଣ୍ଡାପଡାରେ ପୂଜା ପାଉଛନ୍ତି ମା ଦକ୍ଷିଣ କାଳୀ


ଘଟଗାଁ , ୯ ନଭେମ୍ବର (ହି.ସ.) - ଗାଁ ଠୁ ସହର ଚଳ ଚଂଚଳ ମୁଖରେ ପାଳନ ହେଉଛି କାଳୀ ପୂଜା ସେହିପରି ଘଟଗାଁ ବ୍ଲକ ପଣ୍ଡାପଡା ଠାରେ ୧୯୫୪ ମସିହା ଠାରୁ ଆଦ୍ୟବଧି ମା ଦକ୍ଷିଣ କାଳୀ ପୂଜା ଆନନ୍ଦ ଉତ୍ସବରେ ପୂଜା ପାଉଛନ୍ତି । ସ୍ଥାନୀୟ ବୁଢ଼ୀ ନଦୀରୁ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିବା ବେଳେ ପୂଜକ ଧର୍ମାନନ୍ଦ ପତି ରୀତିନୀତି ଅନୁସାରେ ପୂଜା ଚର୍ଣ୍ଣା କରିଥିବା ବେଳେ ସଂକଳ୍ପ ରାହାସ ବିହାରୀ ପଲେଇ

ତାଙ୍କୁ ସହଯୋଗ କରିଥିଲେ ନିତ୍ୟାନନ୍ଦ ବାରିକ । ଏହି ମାଆଙ୍କ ପୂଜା ଦୀର୍ଘ ଏକ ସପ୍ତାହ ଧରି ହେବାକୁ ଥିବା ବେଳେ ମିନା ବଜାର, କୁନି ପିଲାଙ୍କ ଦୋଳି, ବିଭିନ୍ନ ପ୍ରକାର ମିନବଜାର ଲାଗିଛି । ଚାରିଦିନ ଧରି ଲୋକ ପ୍ରିୟ ମାହେଶ୍ୱରୀ ଅପେରା ପରିବେଷଣ କରାଯିବ ବୋଲି କମିଟ ପକ୍ଷରୁ ସୂଚନା । ଏହି ପୂଜାରେ ସମସ୍ତ ଅଂଚଳର ଜନସାଧାରଣ ମାନେ ଆନନ୍ଦ ଉଠାଇବା ସହିତ ଆୟୋଜନ କରିଥିବା କମିଟର ପ୍ରେସିଡେଂଟ ପଦ୍ମଲୋଚନ ପରିଡା, ସେକ୍ରେଟେରୀ ବଳରାମ ବାରିକ, କୋଷାଧକ୍ଷ ପ୍ରଦୀପ ପଲେଇ, ଦୁର୍ଯ୍ୟୋଧନ ବାରିକ, ନବୀନା ପଲେଇ, ବ୍ରହ୍ମା ନନ୍ଦ ବେହେରା, ବିଷ୍ଣୁନନ୍ଦ ବେହେରା, ଦୁଷ୍ମନ୍ତ ବେହେରା, ଜାପାନୀ ବେହେରା, ରମେଶ ପଲେଇ, ଅନାଦି ପଲେଇ, କୁଶଧର ରଣା,ପରମା ନନ୍ଦ ରଣାଙ୍କୁ ପ୍ରଶଂସା କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande