

ଭୁବନ, ୯ ନଭେମ୍ବର (ହି.ସ.)- ଆଲୋକର ପର୍ବ ଦୀପାବଳିରେ ପ୍ରଦୂଷଣ ଯୁକ୍ତ ବାଣ ନ ଫୁଟାଇ ଉତ୍ସାହ ଓ ଉଦ୍ଦୀପନାର ସହ ସବୁଜ ଦୀପାବଳି ପାଳନ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ ପୂର୍ବତନ ଉପ ନଗରପାଳ ମାୟାଧର ସାହୁ । ଶ୍ରୀ ସାହୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଫଳ, ବିସ୍କୁଟ ବଣ୍ଟନ କରିବା ସହ ବୃକ୍ଷ ରୋପଣ କରାଯାଇ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ଯୋଗଦେଇ ଶ୍ରୀ ସାହୁଙ୍କ ଏତାଦୃଶ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର କସ୍ତୁରୀ ରମଣ ସିଂ, କାଉନସିଲର ନରେନ୍ଦ୍ର କୁମାର ବେହେରା, ବାଜିସେନା ସଭାପତି କମଳ ଲୋଚନ ମହାରଣା, ସମାଜସେବୀ ଲଳିତ କୁମାର ବେହେରା, ସମରସେନ୍ ନାୟକ, ବିପିନ ସାମନ୍ତ ରାୟ, ରାଜେସ କୁମାର କଁଅର, ସନ୍ତୋଷ କୁମାର ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବତନ ଉପ ନଗରପାଳ ମାୟାଧର ସାହୁଙ୍କ ସବୁଜ ଦୀପାବଳି ପାଳନ ଆହ୍ୱାନକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ