ବାଲିମେଳା ଏନଏସି ହଲ୍ ରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର : ୧୨୦ରୁ ଊର୍ଦ୍ଧ୍ବ ଅଭିଯୋଗ ଗ୍ରହଣ
ମାଲକାନଗିରି, ୯ ନଭେମ୍ବର (ହି.ସ.)- ସ୍ଥାନୀୟ ବାଲିମେଳା ନଗର ଭବନ (ଏନଏସି ହଲ୍) ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ଆରକ୍ଷୀ ଅଧୀକ୍ଷକ (ଏସପି)ବିନୋଦ ପାଟିଲ ଏଚ୍ ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନକୁ ଲୋକାଭିମ
ବାଲିମେଳା ଏନଏସି ହଲ୍ରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣି ଶିବିର: ୧୨୦ରୁ ଊର୍ଦ୍ଧ୍ୱ ଅଭିଯୋଗ ଗ୍ରହଣ


ମାଲକାନଗିରି, ୯ ନଭେମ୍ବର (ହି.ସ.)- ସ୍ଥାନୀୟ ବାଲିମେଳା ନଗର ଭବନ (ଏନଏସି ହଲ୍) ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ଆରକ୍ଷୀ ଅଧୀକ୍ଷକ (ଏସପି)ବିନୋଦ ପାଟିଲ ଏଚ୍ ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନକୁ ଲୋକାଭିମୁଖୀ କରିବା ଏବଂ ସାଧାରଣ ଜନତାଙ୍କ ସମସ୍ୟାର ତ୍ୱରିତ ସମାଧାନ ଲକ୍ଷ୍ୟରେ ଆୟୋଜିତ ଏହି ଶିବିରରେ ମୋଟ ୧୨୦ରୁ ଊର୍ଦ୍ଧ୍ୱ ଅଭିଯୋଗ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ଏସପିଙ୍କ ସମେତ ବନଖଣ୍ଡ ଅଧିକାରୀ (ଡିଏଫଓ), ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଉପ-ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମ୍ଓ) ଏବଂ ସହକାରୀ ଜିଲ୍ଲାପାଳ (ଅଭିଯୋଗ) ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ସମସ୍ତ ବିଭାଗୀୟ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ବୁଝିଥିଲେ।

ଏହି ଜନଶୁଣାଣି ଶିବିରରେ ମୁଖ୍ୟତଃ ବିଭିନ୍ନ ମୌଳିକ ସମସ୍ୟା ତଥା ସରକାରୀ ଯୋଜନାରୁ ବଞ୍ଚିତ ହେବା ନେଇ ଅନେକ ଅଭିଯୋଗ ଆସିଥିଲା। ବିଶେଷ କରି ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବା, ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ, ଜମିଜମା ବିବାଦର ସମାଧାନ ଓ ପଟ୍ଟା ପ୍ରଦାନ, ରାସନ କାର୍ଡରେ ନାମ ସଂଯୋଗ ସହିତ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ନିର୍ମାଣ ଏବଂ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ବିଭିନ୍ନ ସମସ୍ୟା ଉପରେ ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିବା ସହ, ଏଗୁଡ଼ିକର ତୁରନ୍ତ ଏବଂ ସଠିକ୍ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅଭିଯୋଗ ଶୁଣାଣି ବ୍ୟତୀତ ଏହି ଅବସରରେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଅସହାୟ ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏହାଛଡ଼ା ଦିବ୍ୟାଙ୍ଗମାନଙ୍କୁ ସ୍ୱତନ୍ତ୍ର ଟ୍ରାଇ-ସାଇକେଲ ଏବଂ ଶ୍ରମିକମାନଙ୍କୁ ସେମାନଙ୍କର ପ୍ରାପ୍ୟ ସୁବିଧା ଯୋଗାଇ ଦେବା ନିମନ୍ତେ ଶ୍ରମିକ କାର୍ଡ (ଲେବର କାର୍ଡ) ବଣ୍ଟନ କରାଯାଇଥିଲା। ଶିବିର ପରିସରରେ ଏକ ଭ୍ରାମ୍ୟମାଣ ନେତ୍ର ଚିକିତ୍ସା ବାହାନ ଜରିଆରେ ଲୋକଙ୍କୁ ମାଗଣା ଚକ୍ଷୁ ଚିକିତ୍ସା ସେବା ମଧ୍ୟ ଯୋଗାଇ ଦିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande