
ବଲାଙ୍ଗୀର, ୦୯ ନଭେମ୍ବର(ହି.ସ.) – ବଲାଙ୍ଗିର ସହରର ପାଟଣେଶ୍ୱରୀ ମନ୍ଦିର ପୀଠରେ ଦକ୍ଷିଣେଶ୍ୱରୀ ନିଶାର୍ଦ୍ଧ ପୂଜା ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପରିଚାଳନା କମିଟି ମନ୍ଦିର ପରିସରରେ ପାରଂପାରିକ ରୀତିନୀତି ଅନୁଯାୟୀ ରବିବାର ଦିନ ମାଁ କାଳିପୂଜା ଙ୍କ ପୂଜା ହୋଇଯାଇଛି। କାର୍ତିକ ଅମାବାସ୍ୟା ଦିପାବଳି ଦିନ ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ ସ୍ୱୟଂ ଦକ୍ଷିଣେଶ୍ୱରୀ କାଳି ରୂପେ ପାଟଣା ରାଜ୍ୟ ନୂତନ ରାଜଧାନୀ ସ୍ଥାପନ ବଲାଙ୍ଗିରରେ ହେବା ସମୟରୁ ସେହି ଦିନ ଠାରୁ ମା ପୂଜା ପାଇ ଆସୁଛନ୍ତି। ଦିପାବଳି ଦିନ ରିତିନିତି ମଧ୍ୟରେ ସନ୍ଧ୍ୟାରେ କଳସ ସ୍ଥାପନ ଓ ରାତି ଘ.୧୦ରୁ ମା’ଙ୍କ ଗୁପ୍ତପୂଜା, ବଳିପୂଜା, ହୋମଯଜ୍ଞ, ମହା ଆଳତି ହୋଇଥିଲା। ପଣ୍ଡିତ ଫକିର ଶତପଥିଙ୍କ ପୌରହିତ୍ୟ ରେ ସମ୍ପୁର୍ଣ୍ଣ ହୋଇଥିବା ବେଳେ ପୂଜା କର୍ତା ଭାବେ ସାସ୍ୱତ ହୋତା, ପାଟଣେଶ୍ୱରୀ ମନ୍ଦିର ପୂଜକ ମଧୁସୁଦନ ଦୁସ୍ରୀ, ଅଭିନାଶ ଦିସ୍ରୀ, ଅଙ୍କିତା ଦିସ୍ରୀ ପୂଜାରେ ସହଯୋଗ କରିଥିଲେ। ସହରର ଆଖପାଖ ଭକ୍ତଙ୍କ ସୁଅ ଛୁଟିଥିଲା। ଦେବୋତର ବିଭାଗ ଓ ଦେବାଳୟ ସୁରକ୍ଷା କମିଟି ନିଷ୍ପତି ଅନୁଯାୟୀ ଏ ବର୍ଷ ପ୍ରଥମ କରି ମା’ କାଳୀଙ୍କ ଯଜ୍ଞ ସମ୍ପୁର୍ଣ୍ଣ ହୋଇଥିଲା। ମନ୍ଦିର କମିଟିର ପୂଜକ ମଧୁସୁଦନ ଦିସ୍ରୀ ସୂଚନା ପ୍ରଦାନ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ