କେନ୍ଦୁଝରରେ ଆରମ୍ଭ ହେଲା ପ୍ରସିଦ୍ଧ କାଳୀ ପୂଜା, ୧୨ ଦିନ ଧରି ଜମିବ ମେଳା
କେନ୍ଦୁଝର, ୦୯ ନଭେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ କାଳୀ ପୂଜା ଆରମ୍ଭ ହୋଇଛି। ମା'' କାଳୀଙ୍କ ଆରାଧନାରେ ଉତ୍ସବମୁଖର ହୋଇପଡ଼ିଛି ସମଗ୍ର କେନ୍ଦୁଝର ସହର। କାଳୀ ତୀର୍ଥ, ନେତ୍ରା କାଳୀ ଓ ଶ୍ମଶାନ କାଳୀ ପୂଜା କମିଟି ପକ୍ଷରୁ ଧୁମଧାମରେ ଚାଲିଛି ପୂଜାର୍ଚ୍ଚନା। ଏହି ଅବସରରେ କାଳୀ
Kali puja


କେନ୍ଦୁଝର, ୦୯ ନଭେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ କାଳୀ ପୂଜା ଆରମ୍ଭ ହୋଇଛି। ମା' କାଳୀଙ୍କ ଆରାଧନାରେ ଉତ୍ସବମୁଖର ହୋଇପଡ଼ିଛି ସମଗ୍ର କେନ୍ଦୁଝର ସହର। କାଳୀ ତୀର୍ଥ, ନେତ୍ରା କାଳୀ ଓ ଶ୍ମଶାନ କାଳୀ ପୂଜା କମିଟି ପକ୍ଷରୁ ଧୁମଧାମରେ ଚାଲିଛି ପୂଜାର୍ଚ୍ଚନା। ଏହି ଅବସରରେ କାଳୀ ପଡ଼ିଆରେ ୧୨ ଦିନ ଧରି ଆୟୋଜିତ ହେବ ଆକର୍ଷଣୀୟ ମେଳା।

କୁହାଯାଏ, କାଳୀ ତୀର୍ଥରେ ରାଜାରାଜୁଡ଼ା ଅମଳରୁ ମା'ଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ନେତ୍ରା କାଳୀ ଓ ଶ୍ମଶାନ କାଳୀ ପୂଜା କମିଟି ପକ୍ଷରୁ ଦୀର୍ଘ ୪୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ପରମ୍ପରା ପାଳନ କରାଯାଇଆସୁଛି।

ଅନ୍ୟପଟେ କାଳୀ ପୂଜା ଅବସରରେ ସ୍ଥାନୀୟ କାଳୀ ପଡ଼ିଆରେ ୧୨ ଦିନ ଧରି ଜମିବ ମେଳା। ବିଭିନ୍ନ ପ୍ରକାର ଦୋକାନ, ଆକର୍ଷଣୀୟ ଦୋଳି ଓ ମନୋରଞ୍ଜନର ବ୍ୟବସ୍ଥା ମେଳାର ମୁଖ୍ୟ ଆକର୍ଷଣ। କେବଳ କେନ୍ଦୁଝର ନୁହେଁ, ଜିଲ୍ଲା ବାହାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସମାଗମ ହୋଇଥାଏ। ଧାର୍ମିକ ଭାବନା ସହ ଭାଇଚାରା ଓ ମିଳନର ଏହି ପର୍ବ କେନ୍ଦୁଝରବାସୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଉତ୍ସବ।

ପରମ୍ପରା ଓ ଆସ୍ଥାର ଏହି ମହାପର୍ବ କାଳୀ ପୂଜା କେନ୍ଦୁଝରର ସାଂସ୍କୃତିକ ଐତିହ୍ୟକୁ ଆହୁରି ସମୃଦ୍ଧ କରୁଛି। ମା'ଙ୍କ ଆଶୀର୍ବାଦ ନେବା ସହ ମେଳାର ମଜା ଉଠାଇବାକୁ ଏବେ ଚାଲିଛି ଶ୍ରଦ୍ଧାଳୁଙ୍କ ଭିଡ଼।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande