କମାପଲ୍ଲୀ ଟେଣ୍ଟ ହାଉସରେ ଅଗ୍ନିକାଣ୍ଡ
ଗଂଜାମ, 09 ନଭେମ୍ବର (ହି.ସ.) ଗତକାଲି ବିଳମ୍ବିତ ରାତ୍ରିରେ ବ୍ରହ୍ମପୁର ସହରର କମାପଲ୍ଲୀରେ ଥିବା ଏକ ଟେଣ୍ଟ ହାଉସରେ ଅଗ୍ନିକାଣ୍ଡ ଘଟି ସଂପୂର୍ଣ୍ଣ ଟେଣ୍ଟ ହାଉସ ଓ ସମସ୍ତ ଆସବାବ ପତ୍ର ମଧ୍ୟ ପୋଡି ନଷ୍ଟ ହୋଇଯାଇଛି । ବ୍ରହ୍ମପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏଥ
କମାପଲ୍ଲୀ ଟେଣ୍ଟ ହାଉସରେ ଅଗ୍ନିକାଣ୍ଡ


ଗଂଜାମ, 09 ନଭେମ୍ବର (ହି.ସ.) ଗତକାଲି ବିଳମ୍ବିତ ରାତ୍ରିରେ ବ୍ରହ୍ମପୁର ସହରର କମାପଲ୍ଲୀରେ ଥିବା ଏକ ଟେଣ୍ଟ ହାଉସରେ ଅଗ୍ନିକାଣ୍ଡ ଘଟି ସଂପୂର୍ଣ୍ଣ ଟେଣ୍ଟ ହାଉସ ଓ ସମସ୍ତ ଆସବାବ ପତ୍ର ମଧ୍ୟ ପୋଡି ନଷ୍ଟ ହୋଇଯାଇଛି । ବ୍ରହ୍ମପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏଥିରେ ଟେଣ୍ଟହାଉସର ପ୍ରାୟ ଲକ୍ଷାଧିକ ଟଂକା କ୍ଷତି ଘଟିଥିବା ଜଣାପଡିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ବ୍ରହ୍ମପୁର ପୁଲିସ ଘଟଣାର ତଦନ୍ତ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande