ଅଲ୍ ଓଡ଼ିଶା କେଉଟ ଧୀବର ହଟାଓ କ୍ରିୟାନୁଷ୍ଠାନର ସାମ୍ବାଦିକ ସମ୍ବିଳନୀ ୧୩ରେ ପାଟଣାଗଡ଼ରେ ମହାର୍ୟାଲି
ନଭେମ୍ବର ୧୬ ତାରିଖରୁ ପାଟଣାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅମରଣ ଅନସନ ବଲାଙ୍ଗୀର, ୦୯ ନଭେମ୍ବର(ହି.ସ.) – ୨୦୦୨ ମସିହାରେ ରାଜନୈତିକ ଚକ୍ରାନ୍ତରେ କେଉଟ-କୈବର୍ତ-ଧୀବର(କ୍ରମିକ ନଂ.୨୪) ଅନୁସୂଚିତ ଜାତି ତାଲିକାରେ ଭର୍ତି ହୋଇଥିଲେ। ଏମାନେ ଅସ୍ପୃଶ୍ୟତାର ଶିକାର କେବେ ବି ହୋଇନାହାନ୍ତି। ଏ
ଅଲ୍ ଓଡିଶା କୈଉଟ ଧୀବର ହଟାଓ କ୍ରିୟାନୁଷ୍ଠାନର ସାମ୍ବାଦିକ ସମ୍ବିଳନୀ ୧୩ରେ ପାଟଣାଗଡ ରେ ଏକ ମହାର୍ୟାଲି, ନଭେମ୍ବର ୧୬ ତାରିଖରୁ ପାଟଣାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅମରଣ ଅନସନ


ନଭେମ୍ବର ୧୬ ତାରିଖରୁ ପାଟଣାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅମରଣ ଅନସନ

ବଲାଙ୍ଗୀର, ୦୯ ନଭେମ୍ବର(ହି.ସ.) – ୨୦୦୨ ମସିହାରେ ରାଜନୈତିକ ଚକ୍ରାନ୍ତରେ କେଉଟ-କୈବର୍ତ-ଧୀବର(କ୍ରମିକ ନଂ.୨୪) ଅନୁସୂଚିତ ଜାତି ତାଲିକାରେ ଭର୍ତି ହୋଇଥିଲେ। ଏମାନେ ଅସ୍ପୃଶ୍ୟତାର ଶିକାର କେବେ ବି ହୋଇନାହାନ୍ତି। ଏହା ଏସ୍ସିଏସ୍ଟି ଆର୍ଟିଆଇର ବୈଜ୍ଞାନିକ ରିପୋର୍ଟ ଓ ଓଡ଼ିଶା ସରକାରଙ୍କ ପତ୍ର ନଂ. ୨୪୨୦୪(୦୬.୧୦.୨୦୨୫)ରେ ସ୍ପଷ୍ଟ ପ୍ରମାଣିତ। କିନ୍ତୁ, ‘କେଉଟ’ ଜାତିର ସାଂସଦ ଡ.ରବିନ୍ଦ୍ର ନାରାୟଣ ବେହେରା(ଯାଜପୁର ସଂରକ୍ଷିତ ଆସନରୁ) ଓ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ(ଲୋଇସିଂହା ସଂରକ୍ଷିତ ବିଧାନସଭା ଅସନରୁ) ‘କୈବର୍ତ ଏମ୍ପ୍ଲୟିଜ ଫୋରମ’ର ନେତୃତ୍ୱ ନେଇ ଏନ୍ସିଏସ୍ସିକୁ ବାଧା ଦେଉଛନ୍ତି। ଏହା ନିଜ ନିଜର ସ୍ୱାର୍ଥ ରକ୍ଷା ପାଇଁ ଦୁର୍ନିତି କରୁଥିବା ଓ ସମ୍ବିଧାନ ବିରୋଧ ଅଟେ ବୋଲି ଅଲ୍ ଓଡ଼ିଶା କେଉଟ ଧୀବର ହଟାଓ କ୍ରିୟାନୁଷ୍ଠାନ ତରଫରୁ କୁହାଯାଇଛି। ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ କମିଟିର ଆବାହକ ଡିଙ୍ଗର କୁମ୍ଭାରଙ୍କ ଆବାହକତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷେ ଘର ଗଣ୍ଡା ସମାଜର ଜୟନ୍ତ କୁମ୍ଭାର, ଦିନେଶ ନାଗ, ଦଣ୍ଡୁଆ କୁମ୍ଭାର, ନଟ ନାଗ ଓ ଭୁବନ ସୁନା ଉପସ୍ଥିତ ରହି ଅଭିଯୋଗ କରିଥିଲେ। ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଇସ୍ତାଫା ଦାବି ସହ, କୈବର୍ତ ଏମ୍ପ୍ଲୟୀ ଫୋରମ୍ର କାର୍ଯ୍ୟକାରୀ ସଦସ୍ୟମାନେ ସରକାର ବିରୋଧୀ କାର୍ଯ୍ୟକଳାପ ପାଇଁ ଚାକିରି ସଂହିତା ଅନୁଯାୟୀ ନିଳମ୍ବନ କରନ୍ତୁ ବୋଲି ମଧ୍ୟ ଦାବି କରିଥିଲେ। ସରକାର କେଉଟ କୈବର୍ତ ଧୀବରକୁ ଅନୁସୂଚିତ ଜାତି ତାଲିକାରୁ ବାହାର କରିବା ନିଷ୍ପତିକୁ ପଂଚାୟତ ଓ ପୌରପାଳିକା ନିର୍ବାଚନ ପୂର୍ବରୁ କାର୍ଯ୍ୟକାରୀ କରନ୍ତୁ। ନଚେତ ଆସନ୍ତା ନଭେମ୍ବର ୧୩ ତାରିଖରେ ସଂଘ ପକ୍ଷରୁ ପାଟଣାଗଡ଼ରେ ଏକ ମହାର୍ୟାଲି ଅନୁଷ୍ଠିତ ହେବ। ଏହାସହ ଦାବି ପୁରଣ ନହେଲେ ନଭେମ୍ବର ୧୬ ତାରିଖରୁ ପାଟଣାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅଲ୍ ଓଡ଼ିଶା କୈଉଟ ଧୀବର ହଟାଓ କ୍ରିୟାନୁଷ୍ଠାନ କମିଟି ତରଫରୁ ଅମରଣ ଅନସନ ବସିବାକୁ ଚେତାବନୀ ଦିଆଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande