ଲୋକତନ୍ତ୍ର ବଂଚାଅ, ଅରାଜକତା ହଟାଅ ସ୍ଲୋଗାନରେ ବିଜେପିର ବିଶାଳ ଶୋଭାଯାତ୍ରା ପ୍ରସ୍ତୁତି
ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ସ୍ଲୋଗାନରେ ବିଜେପିର ବିଶାଳ ଶୋଭାଯାତ୍ରା ପ୍ରସ୍ତୁତି
ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ସ୍ଲୋଗାନରେ ବିଜେପିର ବିଶାଳ ଶୋଭାଯାତ୍ରା ପ୍ରସ୍ତୁତି


ସମ୍ବଲପୁର, ୦୯, ନଭେମ୍ବର (ହି.ସ.) ଭାରତର ବିରୋଧୀ ଦଳ ବର୍ତମାନ ଗଣତନ୍ତ୍ର ବିପଦରେ ଥିବା ମିଥ୍ୟା ଅପପ୍ରଚାର କରି ଦେଶବାସୀଙ୍କୁ ଭ୍ରମିତ କରୁଥିବା ବେଶ୍ ଚର୍ଚ୍ଚାରେ ରହିଥିବା ଅଭିଯୋଗ ହେଉଛି । ଏପରିକି ଏହି ଆନ୍ଦୋଳନ ଆଳରେ ଦେଶରେ ଅରାଜକତା ସୃଷ୍ଟି କରିବାର ଅପଚେଷ୍ଟା ବି ଜାରି ରହିଥିବା ଦେଖିବାକୁ ମିଳୁଛି ।ଏଭଳି ଅପପ୍ରଚାର ଓ ଅରାଜକତାକୁ ରୋକିବା ପାଇଁ ଭରତୀୟ ଜନତା ପାର୍ଟି ତରଫରୁ ଲୋକତନ୍ତ୍ର ବଂଚାଅ ଅରାଜକତା ହଟାଅ' ଅଭିଯାନ ଆରମ୍ଭ ହେଇଛି । ସମଗ୍ର ଦେଶରେ ଏହି ଅଭିଯାନ ଅନ୍ତର୍ଗତ ବିବିଧ କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଉଛି । ଏହି ମର୍ମରେ ନଭେମ୍ବର ୧୦ ତାରିଖ ମଙ୍ଗଳବାର ଦିନ ସମ୍ବଲପୁର ବିଜେପି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଏହି ବିଶାଳ ଶୋଭାଯାତ୍ରାରେ ପୁର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁରର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ପଂଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ପୁର୍ବତନ ମନ୍ତ୍ରୀ ତଥା ସମ୍ବଲପୁରର ବିଧାୟକ ଜୟ ନାରାୟଣ ମିଶ୍ର, ପୁର୍ବତନ ରେଙ୍ଗାଲି ବିଧାୟକ ନାଉରି ନାଏକ, ରାଜ୍ୟ ସାଧାରଣ ସମ୍ପାଦକ ସୀମାଂଚଳ ଖଟେଇ, ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ ଓ ବହୁ ବିଜେପି ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୋମବାର ସନ୍ଧ୍ୟାରେ ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି । ରାଷ୍ଟ୍ରର ସୁରକ୍ଷା, ଦେଶର ବିକାଶ, ଗଣତନ୍ତ୍ରର ରକ୍ଷା ଓ ଅରାଜକ ତତ୍ୱଙ୍କୁ ପ୍ରତିହତ କରିବା ପାଇଁ ଜାତି, ଧର୍ମ, ବର୍ଣ୍ଣ, ଭାଷା, ପ୍ରାନ୍ତୀୟ ବିଚାରଧାରାରୁ ଉର୍ଦ୍ଧ୍ୱକୁ ଉଠି ସମସ୍ତ ରାଷ୍ଟ୍ରଭକ୍ତ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇ ବିରୋଧିଙ୍କୁ ଉଚିତ୍ ଜବାବ୍ ଦେବା ପାଇଁ ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେର ଆହ୍ୱାନ ଦେଇଛନ୍ତି । ବିଜେପି ପକ୍ଷରୁ ପ୍ରସ୍ତୁତି ଏହି ଶୋଭାଯାତ୍ରା ସ୍ଥାନୀୟ ଲକ୍ଷ୍ମୀ ଟକିଜ ଛକରୁ ବାହାରି ଗୋଲବଜାର, ଶକ୍ତି ଛକ, ମ୍ୟୁନିସିପାଲିଟି ଛକ, କଚେରୀ ଛକ ଦେଇ ସହର ପରିକ୍ରମା କରି ଶେଷରେ ଜେଲଛକରେ ପହଂଚିବ । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ସମସ୍ତ ନେତୃବୃନ୍ଦ ଜନସାଧାରଣଙ୍କ ପ୍ରତି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ବକ୍ସି ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande