୧୬ରେ ବିଧାୟକଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍ୱତନ୍ତ୍ର କର୍ମଶାଳା , ଯୋଗଦେବେ ଉପ ରାଷ୍ଟ୍ରପତି
ଭୁବନେଶ୍ୱର,୦୯ ନଭେମ୍ବର (ହି.ସ.) - ଓଡ଼ିଶା ବିଧାନସଭାର ବିଧାୟକ ଓ ବିଧାୟିକାମାନଙ୍କ ଦକ୍ଷତା ବୃଦ୍ଧି ଏବଂ ବିଧାନସଭା କାର୍ଯ୍ୟପ୍ରଣାଳୀକୁ ଅଧିକ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୧୬ ତାରିଖରେ ସ୍ୱତନ୍ତ୍ର କର୍ମଶାଳା ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଭ
VP CP Radhakrishnan (File Photo)


ଭୁବନେଶ୍ୱର,୦୯ ନଭେମ୍ବର (ହି.ସ.) - ଓଡ଼ିଶା ବିଧାନସଭାର ବିଧାୟକ ଓ ବିଧାୟିକାମାନଙ୍କ ଦକ୍ଷତା ବୃଦ୍ଧି ଏବଂ ବିଧାନସଭା କାର୍ଯ୍ୟପ୍ରଣାଳୀକୁ ଅଧିକ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୧୬ ତାରିଖରେ ସ୍ୱତନ୍ତ୍ର କର୍ମଶାଳା ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଭାରତର ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ ଯୋଗଦେବେ। ରାଜ୍ୟ ସ୍ୱାସ୍ଥ୍ୟ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ପଦକ୍ଷେପ ବିଧାୟକ ଏବଂ ବିଧାୟିକାମାନଙ୍କ ବିଧାନସଭାଗତ ଦକ୍ଷତା ବୃଦ୍ଧି ସହ ଜନସାଧାରଣଙ୍କ ସମସ୍ୟାକୁ ଅଧିକ ପ୍ରଭାବଶାଳୀ ଭାବେ ଉପସ୍ଥାପନ ଓ ସମାଧାନ କରିବାରେ ସହାୟକ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande