ସିବିଆଇ ତଦନ୍ତ ଦାବି କଲେ ବିଧାୟକ ତାରା ପ୍ରସାଦ ବାହିନୀପତି
ଜୟପୁର, ୦୯ ନଭେମ୍ବର(ହି.ସ.) – କୋଟିଆରେ ଆନ୍ଧ୍ର ମିଛ ଭୋଟ ଅଭିଯୋଗ, ନିର୍ବାଚନ ଲଢ଼ିଥିବା ବ୍ୟକ୍ତି ଭୋଟ ଦେଇ ନଥିବା ସୂଚନା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ଗୁରୁତର ଅଭିଯୋଗ ଉଠାଇ ସିବିଆଇ ତଦନ୍ତ ଦାବି କରିଛନ୍ତି। କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ଲୋକଙ୍କୁ ମିଛ ଭୋଟ ଦେବାକୁ ଲଗାଯାଇଥିବ
ସିବିଆଇ  ତଦନ୍ତ ଦାବି କଲେ ବିଧାୟକ ତାରା ପ୍ରସାଦ ବାହିନୀପତି


ଜୟପୁର, ୦୯ ନଭେମ୍ବର(ହି.ସ.) – କୋଟିଆରେ ଆନ୍ଧ୍ର ମିଛ ଭୋଟ ଅଭିଯୋଗ, ନିର୍ବାଚନ ଲଢ଼ିଥିବା ବ୍ୟକ୍ତି ଭୋଟ ଦେଇ ନଥିବା ସୂଚନା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ଗୁରୁତର ଅଭିଯୋଗ ଉଠାଇ ସିବିଆଇ ତଦନ୍ତ ଦାବି କରିଛନ୍ତି। କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ଲୋକଙ୍କୁ ମିଛ ଭୋଟ ଦେବାକୁ ଲଗାଯାଇଥିବା ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବ୍ୟକ୍ତି ନିଜେ ଭୋଟ ଦେଇ ନଥିବା ସୂଚନା ମିଳିଥିବା ସେ କହିଛନ୍ତି।

ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି ଯେ, ଯେଉଁ ବ୍ୟକ୍ତି ନିର୍ବାଚନ ଲଢ଼ିଛନ୍ତି, ସେ ନିଜ ଭୋଟାଧିକାର ପ୍ରୟୋଗ କରିନାହାଁନ୍ତି। ଅଥଚ ବାହାର ରାଜ୍ୟର ଲୋକମାନେ କୋଟିଆରେ ମିଛ ଭୋଟ ଦେଇଥିବା ଅଭିଯୋଗ ଉଠିଛି। ଏହା ଲୋକତନ୍ତ୍ର ଓ ନିର୍ବାଚନ ପ୍ରକ୍ରିୟାର ପବିତ୍ରତା ଉପରେ ସିଧାସଳଖ ଆଘାତ ବୋଲି ସେ ମତ ଦେଇଛନ୍ତି।

ଏହି ସମଗ୍ର ଘଟଣାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ପାଇଁ ସେ ସିବିଆଇ ତଦନ୍ତର ଦାବି କରିଛନ୍ତି। ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଭବିଷ୍ୟତରେ ଏଭଳି ମିଛ ଭୋଟ ରୋକିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande