ବିଏମଆରସି ହସ୍ପିଟାଲକୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପତ୍ର
MLA letter to Health minister
ବିଏମଆରସି ହସ୍ପିଟାଲକୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପତ୍ର


ଝାରସୁଗୁଡ଼ା, ୯ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ସ୍ଥିତ ବିଏମଆରସି ହସ୍ପିଟାଲକୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯିବା ନେଇ ଦାବି ହୋଇଛି | ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଏକ ପତ୍ର ଲେଖିଛନ୍ତି।

ପତ୍ରରେ ଦର୍ଶାଯାଇଛି ଯେ, ଝାରସୁଗୁଡାରେ ଥିବା ବିଏମଆରସି ହସ୍ପିଟାଲକୁ ଏହି ଯୋଜନାରେ ସାମିଲ କଲେ ଝାରସୁଗୁଡ଼ା ଅଞ୍ଚଳର ରୋଗୀମାନେ, ବିଶେଷ କରି ସମାଜର ଆର୍ଥିକ ଭାବେ ଅନଗ୍ରସର ଓ ଦୁର୍ବଳ ବର୍ଗର ଲୋକମାନେ ବିନାମୂଲ୍ୟରେ ଏବଂ ସହଜରେ ଉତ୍ତମ ଚିକିତ୍ସା ସେବା ପାଇପାରିବେ। ଏହାଦ୍ୱାରା ନଗର ଓ ଆଖପାଖ ଅଞ୍ଚଳର ଜନସାଧାରଣ ବହୁତ ଉପକୃତ ହେବେ ବୋଲି ବିଧାୟକ ଆଶା ପ୍ରକାଶ କରିଛନ୍ତି। ତେଣୁ, ଏହି ଗୁରୁତ୍ୱପୂର୍ଣ୍ଣ ଜନହିତକର ପ୍ରସଙ୍ଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଧାୟକ ତ୍ରିପାଠୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହସ୍ପିଟାଲଟି ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ ହେଲେ ସ୍ଥାନୀୟ ରୋଗୀମାନଙ୍କୁ କ୍ୟାସଲେସ ଚିକିତ୍ସା ସୁବିଧା ମିଳିବାରେ କୌଣସି ଅସୁବିଧା ରହିବ ନାହିଁ ବୋଲି ଆଶା କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande