ଭଦ୍ରକର ଓଡିଶା ପ୍ରସିଦ୍ଧ ଐତିହାସିକ କାଳୀପୂଜା, ୯ ଦିନ ଧରି ଜମିବ ମେଳା : ଭଦ୍ରକାଳୀଙ୍କ ମହାକାଳୀ ବେଶ
ଭଦ୍ରକ, ୯ ନଭେମ୍ବର (ହି.ସ.) - ଗତକାଲି ମଧ୍ୟରାତ୍ରୀରୁ ଭଦ୍ରକର ଓଡିଶା ପ୍ରସିଦ୍ଧ କାଳୀମେଢ଼ ସମସ୍ତ ବୈଦିକ ମତେ ଆରମ୍ଭ ହୋଇଛି। ଭଦ୍ରକାଳୀଙ୍କ ପୀଠରେ ମା'' ଙ୍କ ଆରାଧନା ସହ ରାଜଘାଟର ମା'' କାଳୀଙ୍କ ସମେତ ଚରମ୍ପା ଅଂଚଳର ସମସ୍ତ ମେଢ଼ର ପୂଜାର୍ଚନା କରାଯାଇଛି। ପ୍ରକୃତପକ୍ଷେ ଆଜିଠୁ ଉତ୍ସବମୁଖର ହେବ ଭ
maa bhadrakalink mahakalibesa


ଭଦ୍ରକ, ୯ ନଭେମ୍ବର (ହି.ସ.) - ଗତକାଲି ମଧ୍ୟରାତ୍ରୀରୁ ଭଦ୍ରକର ଓଡିଶା ପ୍ରସିଦ୍ଧ କାଳୀମେଢ଼ ସମସ୍ତ ବୈଦିକ ମତେ ଆରମ୍ଭ ହୋଇଛି। ଭଦ୍ରକାଳୀଙ୍କ ପୀଠରେ ମା' ଙ୍କ ଆରାଧନା ସହ ରାଜଘାଟର ମା' କାଳୀଙ୍କ ସମେତ ଚରମ୍ପା ଅଂଚଳର ସମସ୍ତ ମେଢ଼ର ପୂଜାର୍ଚନା କରାଯାଇଛି। ପ୍ରକୃତପକ୍ଷେ ଆଜିଠୁ ଉତ୍ସବମୁଖର ହେବ ଭଦ୍ରକ ସହର। ଐତିହାସିକ କାଳୀପୂଜାକୁ ନେଇ ଚାରିଆଡ଼େ ଉତ୍ସାହ ଓ ଉଦ୍ଦୀପନା। ମା’ଙ୍କ ଆଗମନ ପାଇଁ ସଜେଇ ହୋଇଛି ବିଭିନ୍ନ ପୂଜାମଣ୍ଡପ। ଆଲୋକମାଳାରେ ଝଲସୁଛି ସହରର ଗଳିକନ୍ଦି।

ଅନ୍ୟପଟେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ଆଜି ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା’। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ବେଶ୍ ଆନନ୍ଦ ଦେଖିବାକୁ ମିଳିଛି। କାଳୀପୂଜା ପାଇଁ ଭଦ୍ରକର ବିଭିନ୍ନ ମଣ୍ଡପର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମା’ଙ୍କ ମୃଣ୍ମୟୀ ପ୍ରତିମାକୁ କାରିଗରମାନେ ଶେଷ ସ୍ପର୍ଶ ଦେବାପରେ ମଧ୍ୟରାତ୍ରିରେ ବିଧିବିଧାନ ଅନୁସାରେ ମା’ କାଳୀଙ୍କୁ ଆବାହନ କରାଯାଇଛି। ପ୍ରାଣ ପ୍ରତିଷ୍ଠା ଓ ଚକ୍ଷୁଦାନ ପରେ ଆଜି ପ୍ରାତଃରୁ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ଲାଭ କରିଛନ୍ତି। କେବଳ ପୂଜା ନୁହେଁ, ଏହି ଅବସରରେ ଭଦ୍ରକ ସହରର ବାଇପାସ୍ ଓ ଚରମ୍ପା ଅଞ୍ଚଳରେ ୯ ଦିନ ଧରି ଆୟୋଜିତ ହେଉଛି ଭବ୍ୟ ମେଳା ଓ ଅପେରା । ଯାତ୍ରା ଓ ମେଳାକୁ ନେଇ ସହର, ଗ୍ରାମାଞ୍ଚଳରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ବିଭିନ୍ନ ଦୋକାନବଜାର, ମନୋରଞ୍ଜନ ଓ ଖାଦ୍ୟପେୟର ଆସର ଜମିବା କାରଣରୁ ଭକ୍ତଙ୍କ ସହ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ରହିଛି।

ପ୍ରତିବର୍ଷ ଭଦ୍ରକର ଏହି ଐତିହାସିକ କାଳୀପୂଜା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଭକ୍ତ ଓ ଦର୍ଶକଙ୍କୁ ଆକର୍ଷିତ କରିଥାଏ। ମା’ଙ୍କ ଆଶୀର୍ବାଦ ନେବା ସହ ମେଳାର ମଜା ନେଇଥାନ୍ତି ଶ୍ରଦ୍ଧାଳୁ। ଏଥର ମଧ୍ୟ ନଅ ଦିନ ଧରି ଭଦ୍ରକ ସହର ଭକ୍ତି, ଆସ୍ଥା ଓ ଉତ୍ସବର ରଙ୍ଗରେ ରଙ୍ଗାୟିତ ହେବ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande