
ବଲାଙ୍ଗୀର, ୦୯ ନଭେମ୍ବର(ହି.ସ.) – ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିର ଠାରେ ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସଂପାଦକ ବିମଲ ଚକ୍ରବର୍ତି ଗତ ସଭାର ବିବରଣୀ ପାଠ କରିଥିଲେ ଓ କୋଷାଧ୍ୟକ୍ଷ ଅଶୋକ କୁମାର ଚାନ୍ଦ ଆୟବ୍ୟୟ ର ହିସବ ରଖିଥିଲେ। ଉକ୍ତ ସଭାରେ ରେଲ ଉପଭୋକ୍ତା ସଂଘ ସ୍ଥାନୀୟ ସାଂସଦ, ବିଧାୟକଙ୍କୁ ଭେଟି ଦାବି ଜଣାଇବା, ଲିଫ୍ଟକୁ ସୁଚାରୁ ରୂପେ ପରିଚାଳନା କରିବା, ଇସ୍ପାତ ଟ୍ରେନର ବିଳମ୍ବର ନିରାକରଣ, ଷ୍ଟେସନ କଲୋନିରେ ଖାଲି ପଡିଥିବା ଗୋଟିଏ ଘରକୁ ସଂଘକୁ ଦେବା ଆଦି ବିଭିନ୍ନ ଦାବି ଉପରେ ଇଂ. କିଶୋର ମୋହନ ମିଶ୍ର, ଗୋପବନ୍ଧୁ ପୁରୋହିତ, ଧର୍ମବ୍ରତ ରଥ, ମନୋରଂଜନ ପୁରୋହିତ, ପ୍ରଦୀପ କୁମାର ସାହୁ, ବିନୋଦ ପାଣିଗ୍ରାହୀ, ମୋତିଲାଲ ସାହୁ ଓ ଗଣେଷ ପାଢି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ସଂଘର ସଦସ୍ୟ ଦ୍ୱାରିକା ପଣ୍ଡା ପଠାଇଥିବା ବିବରଣି ମଧ୍ୟ ସଭାପତି ପ୍ରକାଶ କରିଥିଲେ। କିଛି ଦିନ ତଳେ ଅମୃତ ଭାରତ ଭାରତ ଷ୍ଟେସନ ଉଦ୍ଘାଟିତ ହୋଇଥିଲେ ଦୁଇ ଓ ତିନି ନମ୍ବର ପ୍ଲାଟପର୍ମରେ ଯାତ୍ରୀମାନଙ୍କ ପାଇଁ ସାମାନ୍ୟ ପରିଶ୍ରାଗାର ନ ଥିବାରୁ, ବରିଷ୍ଠ ନାଗରିକ ଓ ରୋଗୀମାନଙ୍କୁ ଏକ ନମ୍ବର ରୁ ଦୁଇ ଅବା ତିନି ନମ୍ବର ରୁ ନେଇ ଫେରେଇ ଆଣୁଥିବା ରୁ ବହୁତ ଅସୁବିଧା ହେଉଛି। ରେଲ ବିଭାଗ ତରଫରୁ ଏକ ସହାୟକ ବ୍ୟବସ୍ଥା କରିବା କରିବା ପାଇଁ ଶ୍ରୀ ମିଶ୍ର କହିଥିଲେ। ସଦସ୍ୟମାନଙ୍କ ସମସ୍ତ ଦାବି ଗୁଡିକ ଯୁକ୍ତିଯୁକ୍ତ ଥିବାରୁ ଡିଆରଏମ୍ ଓ ଜିଏମ୍ ଙ୍କୁ ପତ୍ରାଲାପ କରିବେ ବୋଲି କହିଥିଲେ। ସମ୍ବଲପୁର ଠାରେ ପଡିରହୁଥିବା ମହିମା ଗୋସାଇଁ ଟ୍ରେନ ଓ ସାଲିମା ଟ୍ରେନ ବଲାଙ୍ଗିର ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ଦାବି ଉଠି ଥିଲା। ଉକ୍ତ ସଭାରେ ପ୍ରଭାକର ମିଶ୍ର, ସୁବ୍ରତ ବହିଦାର, ବିଶ୍ୱନାଥ ତ୍ରିପାଠି, ଶତୃଘ୍ନ ସିଂହ, ସଲିମ ଖାନ, ହରେକୃଷ୍ଣ ତ୍ରିପାଠୀ, ତ୍ରିନାଥ ସାହୁ, ବ୍ରଜ କିଶୋର ପଣ୍ଡା, ଗଣେଷରାମ ବେହେରା, ଛବିଲାଲ ବେହେରା, ପର୍ଶୁରାମ ନାଏକ, ଅରୁଣଲାଲ ସାହୁ, ହିତେଶ ସାହୁ ପ୍ରମଖ ଉପସ୍ଥିତ ଥାଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଦିବାକର ହୋତା ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ