ଶିକ୍ଷକ ଅଭାବ, ଲାଖବାହାଲି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
ମୁଖୀଗୁଡା, ୯ ନଭେମ୍ବର (ହି.ସ.)- ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ମୌଳିକ ସୁବିଧା ନଥିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଲାଖବାହାଲି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଶିକ୍ଷକ ନିଯୁକ୍ତି ଦାବିରେ ଆଜି ଛାତ୍ରଛାତ୍ରୀମାନେ ଧାର
ଛାତ୍ର ଛାତ୍ରୀଙ୍କ ଧାରଣା


ମୁଖୀଗୁଡା, ୯ ନଭେମ୍ବର (ହି.ସ.)- ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ମୌଳିକ ସୁବିଧା ନଥିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଲାଖବାହାଲି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଶିକ୍ଷକ ନିଯୁକ୍ତି ଦାବିରେ ଆଜି ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି।

ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୧୫ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ପୂର୍ବରୁ ଦୁଇ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ଥିବାବେଳେ ବଦଳି ଓ ଡେପୁଟେସନ ଯୋଗୁଁ ବର୍ତ୍ତମାନ ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ବିଦ୍ୟାଳୟ ଚାଲିଛି। ଏପରିକି ଗୋଟିଏ ଶ୍ରେଣୀଗୃହରେ ସମସ୍ତ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଯାଉଛି। ଏହାସହ ବିଦ୍ୟାଳୟରେ ପର୍ଯ୍ୟାପ୍ତ ଶ୍ରେଣୀଗୃହ, ଶୌଚାଳୟ ଓ ପାଚେରୀର ଅଭାବ ରହିଛି। ଏନେଇ ଗତ ୨୭ ତାରିଖରେ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ଜୟପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଖୁବ୍ ଶୀଘ୍ର ଶିକ୍ଷକ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ମିଳିଥିଲେ ମଧ୍ୟ ଏଯାଏଁ ନୂତନ ଶିକ୍ଷକ ଯୋଗଦେଇନାହାନ୍ତି।

ଅନ୍ୟପଟେ ଜି. ନାଗଫେଣି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବ୍ରହ୍ମାନନ୍ଦ ସାହୁଙ୍କୁ ଲାଖବାହାଲି ବିଦ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ହୋଇଥିବା ସତ୍ତ୍ୱେ ସେ ଏଯାଏଁ ଯୋଗଦାନ କରିନାହାନ୍ତି ଏଥିରୁ ସ୍ପଷ୍ଟ ଜଣାପଡୁଛି ଗୋଷ୍ଠୀଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକୁ ଶିକ୍ଷକ କେମିତି ଅବମାନନା କରୁଛନ୍ତି । ତୁରନ୍ତ ଶିକ୍ଷକ ନିଯୁକ୍ତି ସହ ଆବଶ୍ୟକ ଶ୍ରେଣୀଗୃହ, ଶୌଚାଳୟ ଓ ପାଚେରୀ ନିର୍ମାଣ ଦାବି କରିଛନ୍ତି ଅଭିଭାବକ। ଆଜି ଛାତ୍ର ଛାତ୍ରୀମାନେ ଧାରଣାରେ ବସିଥିଲେ ହେଁ କୌଣସି ଅଧିକାରୀ ତାଙ୍କ ନିକଟକୁ ନଆସିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେମାନେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande