ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ
ଧର୍ମଶାଳା, ୯ ନଭେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଗରିବ ଓ ଅବହେଳିତ ପରିବାରକୁ ନିରନ୍ତର ଭାବେ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଜାରି ରହିଛି । ଧର୍ମ
ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସହାୟତା  ପ୍ରଦାନ


ଧର୍ମଶାଳା, ୯ ନଭେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଗରିବ ଓ ଅବହେଳିତ ପରିବାରକୁ ନିରନ୍ତର ଭାବେ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଜାରି ରହିଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଥିବା ଗରିବ, ଅବହେଳିତମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ବିଧାୟକ ଶ୍ରୀ ସାହୁ ଟ୍ରଷ୍ଟର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ବିଧାୟକ ଶ୍ରୀ ସାହୁଙ୍କ ପରାମାର୍ଶ କ୍ରମେ ଟ୍ରଷ୍ଟ ପକ୍ଷରୁ ଚିକିତ୍ସା ଲାଗି ମିର୍ଜାପୁର ପଂଚାୟତ ମିର୍ଜାପୁର ଗ୍ରାମର ଉମାକାନ୍ତ ବାରିକ, ଅଭାବ ଅନାଟନରେ ଚଳୁଥିବା ମିର୍ଜାପୁର ଗ୍ରାମର ଲିସା ମଲିକ, ସ୍ୱାମୀଙ୍କ ମୃତ୍ୟୁ ପରେ ଅଭାବ ଅନାଟନରେ ଚଳୁଥିବା ମିର୍ଜାପୁର ଗ୍ରାମର ପ୍ରଭାତୀ ସେଠୀ, ସୁଦ୍ଧିକ୍ରିୟା ଲାଗି ମିର୍ଜାପୁର ଗ୍ରାମର ସନ୍ତୋଷ ପରିଡା, ବ୍ରେନ ଟ୍ୟୁମରେ ପୀଡିତ ପତ୍ନୀର ଚିକିତ୍ସା ଲାଗି ମିର୍ଜାପୁର ପଂଚାୟତ ମୁଣ୍ଡମାଳ ଗ୍ରାମର ଶରତ ଚନ୍ଦ୍ର ବାରିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେହିପରି ଅଭାବ ଅନାଟନରେ ଥିବା ସୁନ୍ଦୁରିଆ ପଂଚାୟତ ସୁନ୍ଦୁରିଆ ଗ୍ରାମର ପାର୍ବତୀ ବେହେରା, ପରିବାରରେ କେହି ରୋଜଗାରକ୍ଷମ ନଥିବାରୁ ସୁନ୍ଦୁରିଆ ପଂଚାୟତ ଷଣ୍ଢପୁର ଗ୍ରାମର ମାଳତୀ ଦେହୁରୀ, ଚିକିତ୍ସା ଲାଗି ଏହି ପଂଚାୟତ ଷଣ୍ଢପୁର ଗ୍ରାମର ମିଞ୍ଜି ଖଟୁଆ, କିଡନୀ ରୋଗର ଚିକିତ୍ସା ନିମନ୍ତେ ଏହି ପଂଚାୟତ ଷଣ୍ଢପୁର ଗ୍ରାମର ଟିକିଲି ଖଟୁଆ, ଆର୍ଥିକ ଅନାଟନରେ ଥିବା ଏହି ପଂଚାୟତ ଷଣ୍ଢପୁର ଗ୍ରାମର ଡାଳିମ୍ବ ଦେଉରୀଙ୍କୁ ଟ୍ରଷ୍ଟ ପକ୍ଷରୁ ଆର୍ଥୀକ ସହାୟତା ପ୍ରଦାନ କରାଯାଇଛି । ସେହିପରି ଷ୍ଟୋନ ରୋଗରେ ପୀଡିତଙ୍କ ଚିକିତ୍ସା ନିମନ୍ତେ ଜାରକା ପଂଚାୟତ ଶଂଖାରିଢିହ ଗ୍ରାମର ବସନ୍ତ ରାଉତଙ୍କୁ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଆଗକୁ ଗରିବ ଓ ଅବହେଳିତ ପରିବାର ପ୍ରତି ଏଭଳି ସହଯୋଗ ଜାରି ରହିବ ବୋଲି ବିଧାୟକ ଶ୍ରୀ ସାହୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande