ବାଗଦେରିରୁ ଗୁଞ୍ଜରିବ ଆଦିବାସୀ ସଂସ୍କୃତିର ସ୍ୱର: ପରବ-୨୦୨୬ ପ୍ରସ୍ତୁତି ପରଖିଲେ କୋରାପୁଟ ଜିଲ୍ଲାପାଳ
ଜୟପୁର, ୦୯ ନଭେମ୍ବର (ହି.ସ.) - ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ-୨୦୨୬’କୁ ସଫଳ, ସୁବ୍ୟବସ୍ଥିତ ଓ ଆକର୍ଷଣୀୟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଆଜି କୁନ୍ଦୁରା ବ୍ଲକର ବାଗଦେରି ଗ
ବାଗଦେରିରୁ ଗୁଞ୍ଜରିବ ଆଦିବାସୀ ସଂସ୍କୃତିର ସ୍ୱର: ‘ପରବ-୨୦୨୬’ ପ୍ରସ୍ତୁତି ପରଖିଲେ କୋରାପୁଟ ଜିଲ୍ଲାପାଳ


ଜୟପୁର, ୦୯ ନଭେମ୍ବର (ହି.ସ.) - ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ-୨୦୨୬’କୁ ସଫଳ, ସୁବ୍ୟବସ୍ଥିତ ଓ ଆକର୍ଷଣୀୟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଆଜି କୁନ୍ଦୁରା ବ୍ଲକର ବାଗଦେରି ଗ୍ରାମ ପଂଚାୟତ ଗସ୍ତ କରି ମହୋତ୍ସବର ପ୍ରସ୍ତୁତି କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ।

ଏହି ମହୋତ୍ସବ ମାଧ୍ୟମରେ ଆଦିବାସୀ ସମାଜର ସମୃଦ୍ଧ କଳା, ସଂସ୍କୃତି, ପରମ୍ପରା ଓ ଲୋକଜୀବନକୁ ଜାତୀୟ ସ୍ତରରେ ପ୍ରଦର୍ଶିତ କରିବା ସହ ଜନଜାତିଙ୍କ ଅନନ୍ୟ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟ ରହିଛି।

ଗସ୍ତ ଅବସରରେ ମହୋତ୍ସବ ସ୍ଥଳର ମଂଚ ଓ ପ୍ରଦର୍ଶନୀ ବ୍ୟବସ୍ଥା, ଯାତାୟାତ ଓ ପାର୍କିଂ, ପାନୀୟ ଜଳ ଓ ପରିମଳ, ଆଲୋକୀକରଣ, ସ୍ୱାସ୍ଥ୍ୟସେବା ଏବଂ ସୁରକ୍ଷା ବ୍ୟବସ୍ଥା ଭଳି ବିଭିନ୍ନ ଆନୁଷଙ୍ଗିକ ପ୍ରସ୍ତୁତି ଦିଗ ପ୍ରତି ଗୁରୁତ୍ୱ ଦିଆଯାଇଥିଲା। ମହୋତ୍ସବରେ ଯୋଗଦେବାକୁ ଥିବା ଅତିଥି, କଳାକାର ଓ ଦର୍ଶକମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୁନିଶ୍ଚିତ କରିବା ଉପରେ ମଧ୍ୟ ପ୍ରସ୍ତୁତିର ଗୁରୁତ୍ୱ ରହିଛି।

ଏହି ଗସ୍ତ ଅବସରରେ କୋଟପାଡ଼ ବିଧାୟକ ରୂପୁ ଭତ୍ରା, କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ ), ଜୟପୁର ଉପ ଜିଲ୍ଲାପାଳ ଶୁଭ୍ରା ପଣ୍ଡା,ବିଡିଓ ପି. ମନସ୍ମିତାଙ୍କ ସମେତ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande