ନିଜ ମେଧାନୀତି ଓ ନିୟମ ୩-ଏ ଲାଗୁ ନେଇ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା
ଜୟପୁର, ୦୯ ନଭେମ୍ବର(ହି.ସ.) – ଅନୁସୂଚିତ ଜାତି ଓ ଜନଜାତି ବର୍ଗର କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ‘ନିଜ ମେଧା’ ନୀତି ଏବଂ ସେବା ନିୟମାବଳୀର ନିୟମ ୩-ଏର ସଠିକ୍ କାର୍ଯ୍ୟକାରିତା ଦାବି କରିଛି ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦ କୋରାପୁଟ ଜିଲ୍ଲା ଶାଖା। ଏ ସମ୍ପ
ନିଜ ମେଧା  ନୀତି ଓ ନିୟମ ୩-ଏ ଲାଗୁ ନେଇ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା


ଜୟପୁର, ୦୯ ନଭେମ୍ବର(ହି.ସ.) – ଅନୁସୂଚିତ ଜାତି ଓ ଜନଜାତି ବର୍ଗର କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ‘ନିଜ ମେଧା’ ନୀତି ଏବଂ ସେବା ନିୟମାବଳୀର ନିୟମ ୩-ଏର ସଠିକ୍ କାର୍ଯ୍ୟକାରିତା ଦାବି କରିଛି ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦ କୋରାପୁଟ ଜିଲ୍ଲା ଶାଖା। ଏ ସମ୍ପର୍କରେ ପରିଷଦ ପକ୍ଷରୁ କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଦୁଇଟି ପୃଥକ୍ ଅଭିଯୋଗପତ୍ର ପ୍ରଦାନ କରାଯାଇଛି।

ପରିଷଦର ଅଭିଯୋଗ ଅନୁଯାୟୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଡ.ଇ. ଘକ୍ଟ. ୬୦୬ କ୍ଟଲ ୨୦୨୬ ମାମଲାରେ ୨୯.୧୦.୨୦୨୬ ତାରିଖରେ ପ୍ରଦତ ଦ୍ୱିଖଣ୍ଡପୀଠଙ୍କ ରାୟରେ ପୂର୍ବରୁ ଡ.ଚ.(ଉ) ଘକ୍ଟ. ୭୬୭୪ କ୍ଟଲ ୨୦୨୬ ମାମଲାରେ ୨୨.୦୧.୨୦୨୬ ତାରିଖରେ ପ୍ରଦତ ରାୟକୁ ରଦ୍ଦ କରାଯାଇଛି। ଏହା ସହିତ ସମ୍ପୃକ୍ତ ନିଯୁକ୍ତି ଓ ପଦୋନ୍ନତି ନିୟମାବଳୀର ନିୟମ ୩-ଏକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ନ୍ୟାୟାଳୟ ଗୁରୁତ୍ୱାରୋପ କରିଛନ୍ତି।

ଏହି ରାୟର ଆଲୋକରେ ୦୮.୦୭.୨୦୨୬ ତାରିଖରେ ଜାରି ହୋଇଥିବା ପଦୋନ୍ନତି ଆଦେଶ ନଂ. ୨୩୬୭/ଢଠଓଓଓ(ସସ)-୧୫/୨୦୨୬ର ବୈଧତା ଓ ଆଇନଗତ ଦିଗକୁ ପୁନର୍ବିଚାର କରିବାକୁ ପରିଷଦ ଦାବି କରିଛି। ଏଥିସହ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଯୋଗ୍ୟ କର୍ମଚାରୀମାନଙ୍କୁ ଅଣସଂରକ୍ଷିତ ପଦବିରେ ନିଜ ମେଧା ଆଧାରରେ ପଦୋନ୍ନତି ପ୍ରଦାନ କରିବା ସମୟରେ ନିୟମ ୩-ଏର ସଠିକ୍ ଅନୁପାଳନ ନିଶ୍ଚିତ କରିବାକୁ ନିବେଦନ କରାଯାଇଛି।

ଅନ୍ୟପକ୍ଷରେ, ଗଚଐଡ(ୠ) ଭାବେ କାର୍ଯ୍ୟରତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମହିଳା କର୍ମଚାରୀମାନଙ୍କୁ ପୂର୍ବ ପଦବିକୁ ପ୍ରତ୍ୟାବର୍ତନ କରାଯାଇଥିବା ଘଟଣାକୁ ନେଇ ମଧ୍ୟ ପରିଷଦ ଆପତି ଉଠାଇଛି। କୋରାପୁଟଙ୍କ କାର୍ଯ୍ୟାଳୟ ଆଦେଶ ନଂ. ୬୦୮୭, ତାରିଖ ୦୩.୧୦.୨୦୨୬ ଅନୁଯାୟୀ ରିଭ୍ୟୁ ଊଚଉ ଆଧାରରେ ଜାରି ହୋଇଥିବା ପ୍ରତ୍ୟାବର୍ତନ ଆଦେଶର ପୁନର୍ବିଚାର କରି ପ୍ରଭାବିତ କର୍ମଚାରୀମାନଙ୍କୁ ପୂର୍ବ ପଦବିରେ ପୁନଃ ଅବସ୍ଥାପିତ କରିବାକୁ ଦାବି କରାଯାଇଛି।

ଏହି ମାମଲାରେ ପରିଷଦ ପକ୍ଷରୁ ଡ.ଚ.(ଉ) ଘକ୍ଟ. ୩୦୩୮୨ କ୍ଟଲ ୨୦୨୬ ରୁଜୁ କରାଯାଇଥିବା ବେଳେ, ୧୫.୧୦.୨୦୨୬ ତାରିଖରେ ଉଚ୍ଚ ନ୍ୟାୟାଳୟ ସମ୍ପୃକ୍ତ ରିଭ୍ୟୁ ଊଚଉ ଆଦେଶର କାର୍ଯ୍ୟକାରିତା ଉପରେ ଅନ୍ତରୀଣ ସ୍ଥଗିତାଦେଶ ପ୍ରଦାନ କରିଥିବା କଥା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି।

ଏହାସହ ନିର୍ଦ୍ଦେଶାଳୟ ପ୍ରାଥମିକ ଶିକ୍ଷା, ଓଡ଼ିଶାଙ୍କ ପକ୍ଷରୁ ଊଋଙ, ବୌଦ୍ଧଙ୍କୁ ୩୦.୧୦.୨୦୨୬ ତାରିଖରେ ଜାରି ହୋଇଥିବା ଚିଠି ନଂ. ୨୦୧୨୯ରେ ଝଉ/ଝଞ ଶିକ୍ଷକମାନଙ୍କୁ ଟଜ ପଦବିରେ ପଦୋନ୍ନତି ପ୍ରଦାନ ସମ୍ପର୍କିତ ସ୍ପଷ୍ଟୀକରଣକୁ ମଧ୍ୟ ପରିଷଦ ନିଜ ଦାବିର ସମର୍ଥନରେ ଉପସ୍ଥାପନ କରିଛି।

ସେହିପରି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ‘ନିଜ ମେଧା’ ନୀତି ଓ ପଦୋନ୍ନତିରେ ସଂରକ୍ଷଣ ସମ୍ପର୍କିତ ବିଷୟ ସରକାରଙ୍କ ସକ୍ରିୟ ବିଚାରାଧୀନ ଥିବା ଏବଂ ସରକାରଙ୍କ ଚୂଡ଼ାନ୍ତ ନିଷ୍ପତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଥିବା ବିଷୟ ମଧ୍ୟ ପରିଷଦ ଉଲ୍ଲେଖ କରିଛି।

ପରିଷଦର ସଭାପତି ପ୍ରହଲ୍ଲାଦ ପେଣ୍ଟିଆଙ୍କ ନେତୃତ୍ୱରେ ଏହି ଅଭିଯୋଗପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ପ୍ରଭାବିତ କର୍ମଚାରୀଙ୍କ ସେବାଗତ ନ୍ୟାୟ ଓ ଆଇନଗତ ଅଧିକାରର ସୁରକ୍ଷା ନିମନ୍ତେ ଜିଲ୍ଲାପାଳ ହସ୍ତକ୍ଷେପ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରିଷଦ ନିବେଦନ କରିଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande