କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ନେଇ କମିଶନରେଟ୍ ପୋଲିସ୍ ର କର୍ମଶାଳା
ଭୁବନେଶ୍ୱର,୦୯ ନଭେମ୍ବର (ହି.ସ.) - କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିବାରଣ, ନିଷେଧ ଓ ପ୍ରତିକାର ଆଇନ (ପୋଷ ଆକ୍ଟ), ୨୦୧୩ ସମ୍ପର୍କରେ ସଚେତନତା ଓ ଉପଯୁକ୍ତ ମାର୍ଗଦର୍ଶନ ପ୍ରଦାନ ଉଦ୍ଦେଶ୍ୟରେ ସୋମବାର କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ ପୋଲିସ ସେବା ଭବନ, ଭୁବନେଶ୍ୱରଠାରେ ଏକ ଅ
dfghbrfg


ଭୁବନେଶ୍ୱର,୦୯ ନଭେମ୍ବର (ହି.ସ.) - କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିବାରଣ, ନିଷେଧ ଓ ପ୍ରତିକାର ଆଇନ (ପୋଷ ଆକ୍ଟ), ୨୦୧୩ ସମ୍ପର୍କରେ ସଚେତନତା ଓ ଉପଯୁକ୍ତ ମାର୍ଗଦର୍ଶନ ପ୍ରଦାନ ଉଦ୍ଦେଶ୍ୟରେ ସୋମବାର କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ ପୋଲିସ ସେବା ଭବନ, ଭୁବନେଶ୍ୱରଠାରେ ଏକ ଅର୍ଦ୍ଧଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା।

ଡଃ ଏସ୍. ଦେବ ଦତ ସିଂହ ପୋଲିସ କମିଶନର ଏବଂ ଡଃ କନୱର ବିଶାଳ ସିଂହ ଅତିରିକ୍ତ ପୋଲିସ କମିଶନର ଏହି କର୍ମଶାଳାର ଉଦ୍ଘାଟନ କରିଥିଲେ।

କିଟ୍ ସ୍କୁଲ୍ ଅଫ୍ ଲ'ର ଡଃ ସ୍ୱାତୀ ମହାପାତ୍ର ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇ କର୍ମକ୍ଷେତ୍ରରେ ସୁସ୍ଥ ଓ ସମ୍ମାନଜନକ ପରିବେଶ ସୃଷ୍ଟି, ପୋଷ ଆଇନର ମାର୍ଗଦର୍ଶକ ନୀତି ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଇଂଟରନାଲ କମିଟିର ସଦସ୍ୟମାନଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande