
ରାଉରକେଲା, ୦୯ ନଭେମ୍ବର (ହି.ସ.) - ରଘୁନାଥପାଲ୍ଲୀ ବଣେଇ ଅଁଚଳର ଗାଁ ଗାଁ ରେ ପ୍ରତି ଛକରେ ଖୋଲିବ ଦେଶୀ ମଦ ଭାଟି । ଏନେଇ ଆଗାମୀ ୧୨ ତାରିଖରେ ରାଉରକେଲା ମହାନଗର ନିଗମ ରେ ଟେଣ୍ଡର ଖୋଲାଯିବ । ଏହାକୁ ବିରୋଧ କରି ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ଓ ତାଙ୍କ ସମର୍ଥକମାନେ ଆରଏମସି ସମ୍ମୁଖରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ଧାରଣା ଦିନ ରାତି ୨୪ ଘଂଟା ଚାଲିଥିବା ବେଳେ ଆଜି ଚତୁର୍ଥ ଦିନରେ ପହଁଚିଛି । ଶ୍ରୀ ବିଶ୍ୱାଳ କହିବା କଥା ରାଉରକେଲାରେ ଜିଲ୍ଲାରେ ବେରୋଜଗାରୀ ବଢୁଛି ତାର ସମାଧାନ ନାହିଁ । ସ୍ୱାସ୍ଥ୍ୟ ସେବାର ଉନ୍ନତି ନେଇ ସରକାର ଆଜିଯାଏ ଲୋକଙ୍କୁ ଭଣ୍ଡି ଚାଲିଛନ୍ତି । ଏୟାରପୋର୍ଟ ଇସୁରେ ନିରବ ରହିଲେ, ଏହି ଭଳି ନାନା ସମସ୍ୟା ଭିତରେ ରାଉରକେଲା ସମେତ ଜିଲ୍ଲା ବାସୀ ରହିଥିବା ବେଳେ ମଦକୁ ନେଇ ପ୍ରତି ମୁହୁର୍ତରେ ଅପରାଧ ଘଟୁଥିବା ବେଳେ ସରକାର ରାଉରକେଲା ରଘୁନାଥପାଲ୍ଲୀ ଓ ବଣେଇ ସମେତ ବିଭିନ୍ନ ଯାଗାରେ ପ୍ରତି ଛକ ଗାଁରେ ଦେଶୀ ମଦ ଦୋକାନ ଖୋଲିବାକୁ ନିଶ୍ପତି ନେଇଛନ୍ତି । ଆଶା କରାଯାଉଥିଲା ଏସରକାର ଆସିଲେ ମଦକୁ ସଂପୁର୍ଣ ବନ୍ଦ କରିଦିଆଜିବ, କିନ୍ତୁ ୩୦ ଟି ଜିଲ୍ଲାରେ କୌଣସି ଯାଗାରେ ଏଭଳି ମଦ ଦୋକାନ ଖୋଲାଯାଉନଥିବା ବେଳେ ଏ ଜିଲ୍ଲାବାସୀଙ୍କୁ ମଦୁଆ ସଜେଇ ସେମାନଙ୍କର ଆର୍ôଥକ ମାନଦଣ୍ଡ କୁ ଭାଙ୍ଗିବା ସହ ସେମାନଙ୍କ ପରିବାରକୁ ଉଜାଡି ଦେବାକୁ ଏଭଳି ନିଷ୍ପତି ସରକାର ନେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସୁନ୍ଦରଗଡ ଜିଲ୍ଲା ପାଳ ଏହି ମାମଲରେ ଆଗଧାଡିରେ ରହି ସରକାରଙ୍କୁ ସହ ଯୋଗ କରିଥିବା ବେଳେ ସାସଂଦ ଜୁଏଲ ଓରାମ ଦିଲ୍ଲୀରେ ରହି ନିରବ , ରାଉରକେଲାର ବିଜେଡି ବିଧାୟକ ଏନେଇ ମୁହଁ ଖୋଲିନଥିବା ବେଳେ ତାଙ୍କର ଦୋମୁହାଁ ନିତୀ ପଦାରେ ପଡିଛି । ସେହିଭଳି ରାଜ୍ୟ ସଭା ସାସଂଦ ଦିଲ୍ଲୀପ ବାବୁ ମଧ୍ୟ ଏଯାଏ ନିରବ । ମନ୍ତ୍ରୀ ଜୁଏଲ ଓରାମ ଚାହିଁଲେ ଏହା ୨୪ ଘଂଟା ଭିତରେ ବନ୍ଦ ହୋଇପାରିବ । କିନ୍ତୁ ସେ ମଧ୍ୟ ତାଙ୍କ ଆଦିବାସୀ, ଗରିବ ଖଟିଖିଆ ଗରୀବଙ୍କ ଭବିଷ୍ୟତ ଓ ସୁରକ୍ଷା ଲାଗି ଚିନ୍ତିତ ନୁହଁନ୍ତି ବୋଲି ସେ କହିଛନ୍ତି । ଏହି ଆନ୍ଦୋଳନ ଶ୍ରୀ ବିଶ୍ୱାଳ ୪ଦିନ ତଳୁ ଆରମ୍ଭ କରିଥିବା ବେଳେ ରାଉରକେଲା ପୁଲିସି ଘଟଣା ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କରିନାହିଁ । ମଦ ମାଫିଆମାନେ ଆନ୍ଦୋଳନକାରୀଙ୍କୁ ଟାର୍ଗେଟ କରି ବୁଲୁଥିବା ବେଳେ ସେମାନେ ନିଜ ସୁରକ୍ଷାରେ ଆନ୍ଦୋଳନ କରୁଛନ୍ତି । ମଦ ଲାଗି ରାଜ୍ୟ ଦେଶ ଗାଁ ଆଜି ତଳକୁ ତଳକୁ ଯାଉଛି, ସେଥିଲାଗି ଅନେକ ଯାଗାରେ ଏହାକୁ ବନ୍ଦ କରାଯାଇଛି, କିନ୍ତୁ ଶାନ୍ତି ପ୍ରିୟ ରାଉରକେଲା ଓ ଅନ୍ୟାନ୍ୟ ଅଂଚଳରେ ଅଶାନ୍ତି ର ବାତା ବରଣ ସୃଷ୍ଟି କରିବା ଲାଗି ଜିଲ୍ଲା ପ୍ରଶାସନ ଏଭଳି କାରବାର ଚଳାଇଛନ୍ତି । ଏହାକୁ ବିରୋଧ କରି ସହରର ଅନେକ ଲୋକ ଏହି ଆନ୍ଦୋଳନରେ ସାମିଲ ହେଉଛନ୍ତି । ଏନେଇ ସାସଂଦ, ବିଧାୟକ ମାନେ ମୁହଁ ଖୋଲି ନାହାଁନ୍ତି । ଏହି ଘଟଣାକୁ ସହର ଓ ଜିଲ୍ଲାରେ ଲୋକେ ନାପସନ୍ଦ କରିଛନ୍ତି, ଯଦି ସରକାର ଏନେଇ ସଠିକ ପଦକ୍ଷେପ ନ ନେବେ ତେବେ ଏହି ଘଟଣା ଆଗାମୀ ଦିନରେ ଦଳ ଲାଗି ସମସ୍ୟାର କାରଣ ହେବ ବୋଲି କୁହା ଯାଉଛି ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ