
ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ଉତ୍ତରାଖଣ୍ଡର
ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ଜୁଏଲ ଓରାମ କହିଛନ୍ତି ଯେ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଉତ୍ତରାଖଣ୍ଡର ଭାଇ
ଓ ଭଉଣୀମାନଙ୍କୁ ରାଜ୍ୟ ସ୍ଥାପନା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସମୃଦ୍ଧ
ସାଂସ୍କୃତିକ ଐତିହ୍ୟ ତଥା ଧର୍ମ ଓ ସଂସ୍କୃତି ପ୍ରତି ଅସୀମ ଆସ୍ଥା ପାଇଁ ପ୍ରସିଦ୍ଧ ଏହି
‘ଦେବଭୂମି’ ଉତ୍ତରାଖଣ୍ଡ ନିରନ୍ତର ପ୍ରଗତି ଓ ସମୃଦ୍ଧିର ଦିଗରେ ଆଗେଇ ଚାଲୁ। ଏହା ହିଁ ମୋର
ଶୁଭକାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା